Breaking: ଆଉ ଏମିତି ଭୁଲ୍ ହେବ ନାହିଁ, ଏଣିକି ମ୍ୟାଚରେ ଅଧିକ ସତର୍କ ରହିବୁ…

କଟକ: କଟକ ବାରବାଟୀ ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚବେଳେ ଲାଇଟ ଲିଭିବା ଘଟଣାରେ ଉତ୍ତର ରଖିଛି ଓସିଏ ।

ରାଜ୍ୟ ସରକାରଙ୍କ ନୋଟିସର ଉତ୍ତର ଦେଲା ଓସିଏ । ଏଣିକି ମ୍ୟାଚବେଳେ ଅଧିକ ସତର୍କ ହେବୁ ବୋଲି କହିଲା ଓସିଏ ।

ପ୍ରତି ଫ୍ଲଡ୍ ଲାଇଟ୍ ପାଖରେ ରହିବ ଜେନେରେଟର । ଉତ୍ତର ରଖିଛନ୍ତି, ଓସିଏର ନୂଆ ସଭାପତି ପଙ୍କଜ ଲୋଚନ ମହାନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ବାରବାଟୀରେ ଖେଳ ଚାଲିଥିବାବେଳେ ହଠାତ୍ ଫ୍ଲଡ୍ ଲାଇଟ୍ ଲିଭିଯାଇଥିଲା । ଯାହାପାଇଁ ବ୍ୟାଟ୍ସମ୍ୟାନ୍କୁ ଅସୁବିଧା ଭୋଗିବାକୁ ପଡିଥିଲା ।

ଲାଇଟ୍ ଲିଭିବା ବେଳେ ଇଣ୍ଡିଆ କ୍ରିକେଟ ଟିମର ରୋହିତ ଶର୍ମା ଓ ଶୁଭମନ ଗିଲ୍ ବ୍ୟାଟିଂ କରୁଥିଲେ ।

ଲାଇଟ ଲିଭିବା ନେଇ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ସମାଲୋଚିତ ହେବାକୁ ପଡ଼ିଥିଲା ।