Breaking: ବରକୁ ମାରିବାକୁ ଦିଆଯାଇଥିଲା ସୁପାରୀ, ଗାଁ ଲୋକଙ୍କ ପାଇଁ ବଞ୍ଚିଗଲା ଜୀବନ
ଝିଅର ସିନ୍ଦୂର ପୋଛିବାକୁ ସରିଥିଲା ସବୁ ଷଡ଼ଯନ୍ତ୍ର। ଆଉ ବରକୁ ହତ୍ୟା କରିବା ପାଇଁ ସୁପାରୀ ନେଇ ସାରିଥିଲେ ସୁପାରୀକିଲର। ହେଲେ ଗାଁ ଲୋକଙ୍କ ପାଇଁ ବଞ୍ଚିଗଲା ବରର ଜୀବନ। ଧରାପଡି ଜେଲ ଗଲେ ସୁପାରୀକିଲର।
ବଲାଙ୍ଗିର: ବାହାଘର ଏମିତି ଏକ ଦିନ ଏହି ଦିନକୁ ପ୍ରାୟ ସବୁ ପୁଅ ଝିଅ ଅପେକ୍ଷା କରି ରହିଥାନ୍ତି। ଠିକ୍ ସେହିପରି ବଲାଙ୍ଗିରରେ ମଧ୍ୟ ଏକ ବାହାଘରର ଆୟୋଜନ କରାଯାଇଥିଲା। ଆଉ ବରଟି ଅନେକ ସ୍ୱପ୍ନ ନେଇ ନିଜ ଜୀବନ ସାଥୀକୁ ନେବା ପାଇଁ ବରଯାତ୍ରୀ ସାଙ୍ଗରେ ଧରି ପ୍ରସେସନ କରି ବର ବେଶ ସାଜି ଆସିଥିଲା।
ହେଲେ ଏକ ବଡ଼ ଅଘଟଣ ଘଟୁ ଘଟୁ ଅଟକିଗଲା। କାରଣ ବରକୁ ମାରିବାକୁ କେହି ଜଣେ ଷଡ଼ଯନ୍ତ୍ର କରିଥିଲା। ଆଉ ସୁପାରୀ ମଧ୍ୟ ଦେଇଥିଲା। ଯୋଜନା ମୁତାବକ ସବୁ କିଛି ସେଟ୍ ସରିଥିଲା। ଆଉ ବରକୁ ମାରିବାକୁ ଯୋଜନା କଲାବେଳେ ସୁପାରୀକିଲରମାନଙ୍କୁ ଧରି ପକାଇଥିଲେ ଗାଁ ଲୋକେ।
ବରକୁ ହତ୍ୟା ଯୋଜନା ବେଳେ ମାଡ଼ିବସିଲେ ଲୋକେ। ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକେ। ଦେଓଗାଁ ଥାନା ବାବେଜୁରି ଗାଁରେ ବରକୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିବା ନେଇ ଅଭିଯୋଗ ଆସିଛି। ବନ୍ଧୁକ ସହ ଖଣ୍ଡା ମଧ୍ୟ ଜବତ କରିଛନ୍ତି ଗାଁ ଲୋକେ। କାହିଁକି ହତ୍ୟା ପାଇଁ ଆସିଥିଲେ ଆଉ ହତ୍ୟା କରିବାକୁ ସିପାରୀ ଦେଇଥିଲା ତାହା କିନ୍ତୁ ଜଣାପଡିନାହିଁ।