ବଦଳିବ ପାଗର ମିଜାଜ୍, ୪ ଦିନ ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ଆଗକୁ ବଢ଼ିବ ତାପମାତ୍ରା । ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ।

ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା । ଆଗକୁ ବଢ଼ିବ ତାପମାତ୍ରା । ଏନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ।

ହଟିଲା ବର୍ଷା ସତର୍କତା-  କହିରଖୁଛୁ କି, ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । 19ରୁ 23 ତାରିଖ ଯାଏଁ ବର୍ଷା ନେଇ ସତର୍କତା ଜାରି କରାଯାଇଥିଲା । ଏବେ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ସତର୍କତା ହଟାଯାଇ ଖରା ନେଇ ଆଲର୍ଟ କରିଛି ।

4ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା-  ୪ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିବ । କିନ୍ତୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେପରି ପରିବର୍ତ୍ତନ ହେବନି ବୋଲି କୁହାଯାଇଛି ।

କହିରଖୁଛୁ କି, ଚଳିତ ବର୍ଷ ମାଘ ମାସରୁ ହିଁ ବାଘ ଖରା ଦେଖିବାକୁ ମିଳିଛି । କେତେକ ଜିଲ୍ଲାରେ ତାପମାତ୍ରା 35 ଡିଗ୍ରୀ ଟପିଥିଲା । ତେବେ ଏହାପରେ ଗତ 4 ଦିନ ଧରି ରାଜ୍ୟରେ ବର୍ଷା ସାଙ୍ଗକୁ ମେଘୁଆ ପାଗ ରହିଥିବା ବେଳେ ବର୍ତ୍ତମାନ ପୁଣି ଖରା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାକୁ ନେଇ ରାଜ୍ୟବାସୀଙ୍କ ମନରେ ପୁଣିଥରେ ଛନକା ପଶିଛି ।

ତେବେ ରାଜ୍ୟର ତାପମାତ୍ରା କେତେ ହେବ ସେନେଇ କୌଣସି ସୂଚନା ଦେଇନଥିବା ବେଳେ 2ରୁ 4 ଡିଗ୍ରୀ ବୃଦ୍ଧି ପାଇବ ବୋଲି କୁହାଯାଇଛି ।