ଭୁବନେଶ୍ୱର: ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟ୍ କରିଛନ୍ତି ଚୋର । ୫ ଭରି ସୁନା ଚେନ୍, ମୋବାଇଲ ଓ ନଗଦ ଟଙ୍କା ଲୁଟ ଅଭିଯୋଗ ହୋଇଛି ।
ଘଟଣା ନେଇ ବଡ଼ଗଡ଼ ଥାନାରେ ଏତଲା ଦାଏର କରାଯାଇଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।
ବଡ଼ଗଡ଼ ମେଘେଶ୍ୱର ମନ୍ଦିର ନିକଟରେ ଘଟିଛି ଏହି ଘଟଣା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।
ପୂଜକ ନିଶା ଖାଇ ଅଚେତ ଅବସ୍ଥାରେ ଶୋଇ ରହିଥିବାବେଳେ ଲୁଟାରେ ଫେରାର୍ ଅଛନ୍ତି ।
ରାଜଧାନୀରେ ପୁଣି ମାତିଲେଣି ନିଶା ଦିଆ ଲୁଟେରା । ତେବେ ଏ ଲୁଟରେ ପୁରୁଣା ଚୋର କିମ୍ବା ନୂଆ ଗ୍ୟାଙ୍ଗ ସାମିଲ ରହିଛି, ସେ ଦିଗକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।