ମା’ ରୂପରେ ରାକ୍ଷସୀ… ନିଜ ଜନ୍ମକଲା ୩ ଛୁଆଙ୍କୁ କୂଅରେ ପିଙ୍ଗି ମାରିଦେଲା
ଛୁଆଙ୍କୁ ହତ୍ୟା କରି ନେଲା ପ୍ରତିଶୋଧ । ଶେଷରେ ବାନ୍ଧିନେଲା ପୋଲିସ ।
ପାଟନା: ବିହାର ସମଷ୍ଟିପରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ମା’ ରୂପି ରାକ୍ଷସୀ ତା’ ନିଜ ପିଲାଙ୍କର ହତ୍ୟା କରିଛି ।
୩୬ ବର୍ଷୀୟା ସୀମା ଦେବୀ ନିଜର ୩ ପିଲାଙ୍କୁ କୂଅକୁ ଫିଙ୍ଗି ମାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ ଚନ୍ଦନ ମହଠାଙ୍କ ସହ ଝଗଡ଼ା ହେବା ପରେ ସୀମା ଏ ପ୍ରକାର ନିଷ୍ପତ୍ତି ନେଇଥିବା ପୋଲିସ କହିଛି ।
ଚନ୍ଦନ ଘରେ ପିଲାମାନଙ୍କୁ ଖୋଜିଲା ପରେ ସୀମା କହିଥିଲେ ସେମାନେ କୌଣସିଆଡେ ଚାଲିଯାଇଛନ୍ତି । ଯାହାପରେ ଚନ୍ଦନ ନିକଟସ୍ଥ ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ସୂଚନା ପାଇ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା ।
ପୋଲିସ ସର୍ଚ୍ଚ ଅପରେଶନରେ ଘର ପାଖ କୂଅରୁ ୩ ପିଲାଙ୍କ ମୃତଦେହ ମିଳିଲା । ଯାହାପରେ ପୋଲିସର ସନ୍ଦେହ ଘେରରେ ଆସିଲେ ସୀମା । ସୀମାଙ୍କୁ ପୋଲିସ ପଚରାଉଚରା କରିବା ପରେ ସେ ସବୁ ସତ ମାନିଯାଇଥିଲେ ।
କୌଣସି କାରଣରୁ ସୀମା ଓ ଚନ୍ଦନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ କେନ୍ଦ୍ର କରି ସୀମା ତାଙ୍କର ୩ ପିଲାଙ୍କୁ ଘରପାଖ କୂଅରେ ଫୋପାଡ଼ି ଦେଇଥିଲେ । ତେବେ ପୋଲିସ ସୀମାଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।