(Video) ଟ୍ରେଣ୍ଡିଂରେ ଅନଲାଇନ୍ ମହାସ୍ନାନ, ସ୍ବାମୀକୁ ଭିଡିଓ କଲ୍ କରି ସଙ୍ଗମରେ ଫୋନ ବୁଡାଇଲେ ସ୍ତ୍ରୀ
ସଙ୍ଗମରେ ଅନଲାଇନ୍ ସ୍ନାନ କରାଇଲେ ମହିଳା । ଭିଡିଓ କଲ୍ କରି ମୋବାଇଲକୁ ପାଣିରେ ବୁଡାଇଲେ ।
ନୂଆଦିଲ୍ଲୀ: ପ୍ରୟାଗରାଜର ସଙ୍ଗମ କୂଳରେ ମହାକୁମ୍ଭମେଳା ଚାଲିଛି ଏବଂ ଲୋକମାନେ ଏଠାରେ ନିରନ୍ତର ପବିତ୍ର ବୁଡ଼ ପକାଇ ଆସୁଛନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ କୁମ୍ଭ ଯାଇପାରି ନାହାଁନ୍ତି ।
ତେଣୁ ଜଣେ ମହିଳା ଏହାର ମଧ୍ୟ ଏକ ସମାଧାନ ଖୋଜି ବାହାର କରିଛନ୍ତି । ମହିଳା ଜଣକ ଏକ ଉପାୟ ଖୋଜି ପାଇଛନ୍ତି ଯାହା ଦ୍ୱାରା ପ୍ରୟାଗରାଜ ନ ଆସି ମହାକୁମ୍ଭ ସମୟରେ ସଙ୍ଗମ କୂଳରେ ପବିତ୍ର ବୁଡ଼ ପକାଇହେବ । ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ପାଣିରେ ବୁଡାଇଲେ ମୋବାଇଲ- ଏହି ଭିଡିଓଟି ଶିଳ୍ପା ଚୌହାନ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡିଓରେ ଦେଖାଯାଉଛି ଯେ ଗଙ୍ଗା ନଦୀରେ ଆଣ୍ଠୁଏ ପାଣିରେ ବୁଡ଼ି ଜଣେ ମହିଳା ଭିଡିଓ କଲ୍ ରେ କଥା ହେଉଛନ୍ତି ଏବଂ କିଛି ସମୟ ମଧ୍ୟରେ ସେ ଅନ୍ୟ ଜଣଙ୍କୁ ଅନଲାଇନରେ ଗାଧୋଇବାକୁ ବାଧ୍ୟ କରୁଛନ୍ତି ।
ଏଥିପାଇଁ ସେ ତାଙ୍କ ମୋବାଇଲ୍ ଫୋନ୍କୁ ପାଞ୍ଚଥର ପାଣିରେ ବୁଡ଼ାଉଛନ୍ତି । ଭିଡିଓଟି ଦେଖିବା ପରେ ଲୋକମାନେ ହସ ବନ୍ଦ କରିପାରୁ ନାହାଁନ୍ତି ଏବଂ ଅନେକ ଲୋକ ଭିଡିଓଟିରେ କମେଣ୍ଟ ମଧ୍ୟ ଦେଇଛନ୍ତି ।
ସ୍ବର୍ଗକୁ ଯିବ ମୋବାଇଲ- ଭିଡିଓଟି ଲକ୍ଷ ଲକ୍ଷ ଲାଇକ୍ ପାଇଛି ଏବଂ ମଜାଦାର କମେଣ୍ଟ ମଧ୍ୟ ରହିଛି । ଜଣେ ବ୍ୟବହାରକାରୀ କମେଣ୍ଟ କରିଛନ୍ତି, ଏହା ପ୍ରଥମ ମୋବାଇଲ୍ ଯାହା ସିଧା ସ୍ୱର୍ଗକୁ ଯିବ । ଆଉ ଜଣେ ଲେଖିଛନ୍ତି, ଅନଲାଇନରେ ପାପ ଧୋଇ ହୋଇଗଲା । ତୃତୀୟ ବ୍ୟବହାରକାରୀ ଲେଖିଛନ୍ତି, ଗୋପୀ ବହୁ 2025 । ଅନେକ ଲୋକ ହସିବା ଇମୋଜି ପୋଷ୍ଟ କରିଛନ୍ତି ।
View this post on Instagram