ସାଇବର ଠକେଇର ନୂଆ ଚାଲ୍‌, ଏଡିଟେଡ୍ ଫଟୋ ଦେଖାଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

ସ୍କାମର୍ସ ବର୍ତ୍ତମାନ ଏଡିଟଏଡ୍ ଫଟୋ ଭାଇରାଲ କରିବାର ଭୟ ଦେଖାଇ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ପଶ୍ଚିମ ବଙ୍ଗରେ ଏଭଳି ଏକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି।

ନୂଆଦିଲ୍ଲୀ: ସାଇବର ଠକେଇର ଅନେକ ମାମଲା ଶୁଣିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଏଭଳି ଏକ ନୂଆ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ସ୍କାମର୍ସ ଏଡିଟେଡ୍ ଫଟୋର ଭୟ ଦେଖାଇ ଲୋକଙ୍କୁ ଠକୁଛନ୍ତି।

ଏଭଳି ଏକ ମାମଲା ପଶ୍ଚିମ ବଙ୍ଗର ଜଣେ ବୃଦ୍ଧଙ୍କଠାରୁ ଠକମାନେ ଲକ୍ଷ ଲକ୍ଷ ଟଙ୍କା ଠକିନେଇଛନ୍ତି।

ଭିଡିଓ କଲରେ ଠକେଇ: ରିପୋର୍ଟ ମୁତାବକ, ଦକ୍ଷିଣ ଦିନାଜପୁରରେ ରହୁଥିବା ଜଣେ ୭୦ ବର୍ଷୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଭିଡିଓ କଲ ଆସିଥିଲା। ଭିଡିଓ କଲ କରିଥିବା ଜଣେ ଯବାନ ମହିଳା ବୃଦ୍ଧଙ୍କଠାରୁ ଟଙ୍କା ଲୁଟି ନେଇଯାଇଛି।

ମହିଳା ଜଣଙ୍କ ଏହି ବୃଦ୍ଧଙ୍କୁ ସେହି ମହିଳାଙ୍କ ସହ ଏକ ଏଡିଟେଡ୍ ଫଟୋ ଦେଖାଇଥିଲା। ଏହାପରେ ସେ ବୃଦ୍ଧଙ୍କୁ କହିଥିଲା ଯେ, ଯଦି ସେ ଟଙ୍କା ନ ଦିଅନ୍ତି ତେବେ ଏହି ଫଟୋ ଭାଇରାଲ କରିଦେବ।

ପୋଲିସ ଅଧିକାରୀ ହୋଇ କଲା କଲ୍‌: ଏହାପରେ ସ୍କାମର୍ସ ପୋଲିସ ଅଧିକାରୀ ସାଜି ବୃଦ୍ଧଙ୍କୁ କଲ୍ କଲା। ସେ ବୃଦ୍ଧାଙ୍କୁ କହିଥିଲା ଯେ, ସେହି ମହିଳା ଜଣଙ୍କ ପ୍ରାଣ ହାରିବାକୁ ଚେଷ୍ଟା କରିଛି ଏବଂ ତାର ବର୍ତ୍ତମାନ ଚିକିତ୍ସା ଚାଲିଛି।

ଯଦି ଆପଣ ଟଙ୍କା ନ ଦିଅନ୍ତି ତେବେ ଆପଣଙ୍କି ଗିରଫ କରାଯିବ। ଏହାକୁ ଡରି ବୃଦ୍ଧଜଣକ ୬.୫ ଲକ୍ଷ ଟଙ୍କା ସେମାନଙ୍କ ଖାତାକୁ ଟ୍ରାନ୍ସଫର କଲା।

ଏହାପରେ ସ୍କାମର୍ସଙ୍କ ଡିମାଣ୍ଡ ଶେଷ ହୋଇନଥିଲା। ପରେ ଯେବେ ପୀଡିତ ଜଣକ ଏହି ବିଷୟରେ ତାଙ୍କ ସ୍ତ୍ରୀଙ୍କୁ କହିଲେ, ଏହାପରେ ତାଙ୍କ ସ୍ତ୍ରୀ ଏହି ବାବଦରେ ଥାନାରେ ଏତଲା ଦେଇଥିଲେ।