ଆଜି ପିରିୟଡ୍ସ ହୋଇଥିଲେ କେମିତି କରିବେ ମହାଶିବରାତ୍ରୀ ସାଧନା, ଜାଣନ୍ତୁ
ମହାଶିବରାତ୍ରୀ ଦିନ ଋତୁସ୍ରାବ ହୋଇଥିଲେ, କେମିତି କରିବେ ବ୍ରତ, ଜାଣନ୍ତୁ
ଓଡ଼ିଶା ଭାସ୍କର: ଆଜି ମହାଶିବରାତ୍ରୀ। ସବୁ ଶୈବପୀଠ ଉତ୍ସବ ମୁଖର ହୋଇଉଠିଛି। ବର୍ତ୍ତମାନ ସଂଧ୍ୟା ସମୟରେ ଏହାର ଉତ୍ସାହ ଆହୁରି ଦେଖିବାକୁ ମିଳିବ। ତେବେ ଆଜିର ଦିନରେ ଆପଣଙ୍କର ଯଦି ଋତୁସ୍ରାବ ହୋଇଛି, ତେବେ କେମିତି ବ୍ରତ କରିବେ ତାହା ଆସନ୍ତୁ ଜାଣିବା।
ଋତୁସ୍ରାବ ସମୟରେ ସାଧାରଣତଃ ମନ୍ଦିର ଯିବାକୁ ଏବଂ ପୂଜାପାଠ ଠାରୁ ଦୂରେଇ ରହିବାକୁ କୁହାଯାଇଥାଏ। ତେବେ ଯଦି ଋତୁସ୍ରାବ ସମୟରେ କୌଣସି ପର୍ବ ପର୍ବାଣୀ ପଡେ ତେବେ ଆପଣ ଏଥିରେ ସିଧାସଳଖ ଜଡ଼ିତ ନ ରହି ପରୋକ୍ଷ ଭାବେ ଯୋଡ଼ି ହୋଇପାରିବେ।
କେମିତି ପାଳିବେ: ପରିୟଡ୍ସ ସମୟରେ ଆପଣ ଶିବରାତ୍ରୀ ବ୍ରତ ରଖିପାରିବେ। ଏହି ଦିନ ଆପଣ ଫଳ ସେବନ କରି ବ୍ରତ କରନ୍ତୁ। ନଚେତ ଏହା ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇବ। ମାଳାର ବ୍ୟବହାର ନ କରି ଆପଣ ମନରେ କିମ୍ବା ଆଙ୍ଗୁଠିରେ ଗଣି ଶିବଙ୍କ ନାମ ମନରେ ଉଚ୍ଚାରଣ କରିପାରିବେ।
ଶିବ ମହିମା ଜପ କରନ୍ତୁ: ରାତ୍ରୀ ସମୟରେ ଆପଣ ନିଜ ଘରର ଉତ୍ତର ଦିଗ କୋଣରେ ନିଜ ଆସନ ପକାଇ ମାନସିକ ଭାବେ ଶିବଙ୍କୁ ସାଧନା କରନ୍ତୁ। ଏହି ସମୟରେ ଆପଣ ଶିବ ମହିମା ଜପ କରନ୍ତୁ। ପିରିୟଡ୍ସ ସମୟରେ ଆପଣ କେବେବି ମହାଶିବରାତ୍ରୀ ବ୍ରତ ରଖିବାକୁ ଭୁଲନ୍ତୁ ନାହିଁ।