ଜାଗରର ପର ଦିନ ଏମିତି କରନ୍ତୁ, ନ ହେଲେ ବ୍ରତ ଉପବାସର ରହିବନି କୌଣସି ମୂଲ୍ୟ
ଜାଗରର ବ୍ରତ ଉଦଯାପନ କରିବେ କେମିତି, ଜାଣନ୍ତୁ
ଓଡ଼ିଶା ଭାସ୍କର: ଫାଲଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶୀବରାତ୍ରୀ ପାଳନ କରାଯାଇଥାଏ। ଏହି ପର୍ବର ପାଳନ ଗତକାଲି ଶେଷ ହୋଇଛି। ହେଲେ ଆପଣ ଜାଣିଛନ୍ତି କି ଜାଗର ବ୍ରତ କିପରି ଉଦଯାପନ ହୁଏ।
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ବ୍ରତ କରି ଏହାର ଉଦଯାପନ ଠିକ୍ ଭାବେ କରୁନାହାନ୍ତି ତେବେ ଆପଣଙ୍କର ବ୍ରତର କୌଣସି ମୂଲ୍ୟ ରହିବ ନାହିଁ। ତେବେ ଆସନ୍ତୁ ଜାଣିବା ଜାଗର ବ୍ରତ କେବେ ଏବଂ କେଉଁ ସମୟରେ ଉଦଯାପନ କରିବେ।
ପ୍ରଥମତଃ ଆମେ ଜାଗରବ୍ରତ ଦିନ ଉପବାସ କରିଥାଉ। ଏହାପରେ ସଂଧ୍ୟାରେ ଦୀପ ପ୍ରଜ୍ୱଳନ କରିଥାଉ। ଯେଉଁ ସମୟରେ ମନ୍ଦିରରେ ମହାଦୀପ ଉଠେ ସେହି ସମୟରେ ଆମେ ପାଣିପାନ କରି ବ୍ରତ ଭଙ୍ଗ କରିଥାଆନ୍ତି। ହେଲେ ଏହିଠାରେ ସଂପୂର୍ଣ୍ଣ ଭଙ୍ଗ ହୋଇନଥାଏ।
କେମିତି ଭାଙ୍ଗିବେ ବ୍ରତ: ଜାଗର ପରଦିନ ଆପଣ ନିଜର ସ୍ନାନ କର୍ମ ସାରି ଶିବ ମନ୍ଦିର ଯାଆନ୍ତୁ। ସେଠାରେ ପ୍ରଭୁଙ୍କୁ ଜଳାଭିଶେକ ଏବଂ କ୍ଷୀର ବେଲପତ୍ର ସମର୍ପଣ କରନ୍ତୁ। ଶଙ୍କର ଏବଂ ମାଆ ପାର୍ବତୀଙ୍କୁ ଦୀପ ଏବଂ ନୈବେଦ୍ୟ ଦେଇ ପୂଜା କରନ୍ତୁ। ଏହାପରେ ଆରତୀ କରନ୍ତୁ।
ଏହାପରେ ପ୍ରଭୁଙ୍କ ପାଖେ ମନୋସ୍କାମନାକୁ ଜଣାନ୍ତୁ ଏବଂ ପ୍ରଣିପାତ ହୁଅନ୍ତୁ। ଏହାପରେ ନିଜର ବ୍ରତ ଭାଙ୍ଗନ୍ତୁ। ଏହି ସବୁ କରିବା ପରେ ହିଁ ଜାଗରର ବ୍ରତ ଭାଙ୍ଗିଥାଏ। ଏଭଳି କରିବା ଦ୍ୱାରା ପ୍ରଭୁ ଭୋଳା ମହେଶ୍ୱର ଦୁଃଖର କଥା ଶୁଣିଥାଆନ୍ତି ଏବଂ ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାଆନ୍ତି।