ଓଡ଼ିଶା ଭାସ୍କର: ସବୁଠାରୁ ବଡ଼ ମେଳା ମହାକୁମ୍ଭ ଶେଷ ହୋଇଛି । ମହାକୁମ୍ଭର ମୁଖ୍ୟ ଆକର୍ଷଣ ପାଲଟିଥିବା ନାଗା ସାଧୁ କେଉଁଆଡ଼େ ଗଲେ? ଜାଣନ୍ତୁ ସଙ୍ଗମକୁ ଆସିଥିବା ନାଗା ସନ୍ୟାସୀ ଏବେ କେଉଁଠି?
ସଙ୍ଗମକ୍ଷେତ୍ର ଖାଲି: ମହାକୁମ୍ଭରେ ନାଗାସାଧୁଙ୍କ ବଡ଼ ମହତ୍ୱ ରହିଛି । ନାଗାମାନଙ୍କୁ ତପସ୍ୱୀ ଯୋଦ୍ଧା ବୋଲି କୁହାଯାଏ । ମହାକୁମ୍ଭରେ ହେଉଥିବା ଶାହି ସ୍ନାନର ଆରମ୍ଭ ନାଗା ସାଧୁଙ୍କ ଦ୍ୱାରା ହିଁ ହୋଇଥାଏ ।
ହୋଲି ପର୍ଯ୍ୟନ୍ତ ରହିବେ: ଧର୍ମ ରକ୍ଷକ ନାଗା ସାଧୁ ମହାକୁମ୍ଭର ପ୍ରମୁଖ ଆକର୍ଷଣ । ଆଧ୍ୟାତ୍ମିକ ମହତ୍ୱ ରଖୁଥିବା ଏହି ସାଧୁ ମହାକୁମ୍ଭ ପରେ ଏମିତି ହଠାତ୍ ଗାଏବ ହୋଇଗଲେ ଜାଣିବାକୁ ଇଚ୍ଛୁକ କି? ବର୍ତ୍ତମାନ ସେମାନେ ବାରଣାସୀରେ ଅଛନ୍ତି । ଭୋଳାନାଥଙ୍କ ନଗରୀ ବାରାଣାସୀରେ ସାଧୁମାନେ ଏକାଠି ହୋଇଛନ୍ତି । ଯେଉଁଠାରେ ସେମାନେ ଜପତପ କରୁଥିବା ଜଣାପଡ଼ିଛି ।
ଫେରିଯିବେ: ସେଠାରେ ନାଗାସାଧୁମାନେ ହୋଲି ପର୍ଯ୍ୟନ୍ତ ରହିବେ । ଏହାପରେ ନାଗାସାଧୁମାନେ ଶ୍ମଶାନ ହୋଲି ଖେଳିବେ । ଏହାପରେ ନିଜ ସ୍ଥାନକୁ ସବୁ ଫେରିଯିବେ । କିଛି ନିଜ ଅଖାଡାକୁ ଯିବେ ଆଉ କେତେଜଣ ତପସ୍ୱା କରିବାକୁ ଯିବେ ।
୨୬ ଫେବୃଆରୀରେ ମହାକୁମ୍ଭମେଳା ଶେଷହୋଇଛି । କୁମ୍ଭ ମେଳାରେ ଏକାଠି ହୋଇଥିବା ଲକ୍ଷ ଲକ୍ଷ ସାଧୁ ବାରାଣାସୀରେ ଜମା ହୋଇଛନ୍ତି ।