ସାବଧାନ ! ମାର୍ଚ୍ଚରେ ଅସମ୍ଭାଳ ଖରା ହେବାର ସମ୍ଭାବନା, ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ଭୁବନେଶ୍ୱର : ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିବ ତାତି। ଫେବୃଆରୀରେ ତାତି ସହି ହେଉ ନଥିବା ବେଳେ ମାର୍ଚ୍ଚରେ ଅସମ୍ଭାଳ ଖରା ହେବା ନେଇ ବିଭାଗ ପକ୍ଷରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଖରା ଏବେଠୁ ଯେମିତି ଡରାଇଲାଣୀ ଘରୁ ବାହାରିବାକୁ ଡ଼ର ଲାଗୁଛି। ତାତି ସାଙ୍ଗକୁ ଅସମ୍ଭାଳ ଗୁଳୁ ଗୁଳି ମଧ୍ୟ ଅନୁଭୂତ ହେଉଛି।

ତେବେ, ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଉ ଦିନକ ପରେ ରାଜ୍ୟରେ ଉପରମୁହାଁ ହେବ ପାରଦ। ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଉପକୂଳ ଓଡ଼ିଶା ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ତାତି ବଢିବ। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ କହିଛନ୍ତି ଙ୍କ ସୂଚନା ଅନୁସାରେ, ଆସନ୍ତା ୭ ଦିନ ଯାଏ କୌଣସି ବର୍ଷାର ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ବର ସମେତ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡା, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, କଳାହାଣ୍ଡି, ଭଦ୍ରକ ଜିଲ୍ଲାରେ ତାପମାତ୍ରା ୩୫ ରୁ ୩୭ ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଡ ହେବାର ସମ୍ଭାବନା ରହିଛି ।

ସେପଟେ, ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୬.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।