ଶୋଇଥିବା ବେଳେ ଭୁଶୁଡ଼ିଲା ବେଡରୁମ୍ ଛାତ, ଚାପି ହୋଇ ଚାଲିଗଲା 5ଜଣଙ୍କ ପ୍ରାଣ
ଶୋଇଥିବା ବେଳେ ଆସିଲା ମୃତ୍ୟୁ । ଚାପି ହୋଇ ଗୋଟିଏ ପରିବାରର 5ଜଣଙ୍କ ମୃତ୍ୟୁ ।
ନୂଆଦିଲ୍ଲୀ: ପଞ୍ଜାବରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପଞ୍ଜାବର ତରନତାରନରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପାଣ୍ଡୋରି ଗୋଲା ଗାଁରେ ଘରର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଗୋଟିଏ ପରିବାରର 5 ଜଣ ସଦସ୍ୟଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି ।
ଚାପି ହୋଇ ପୁରା ପରିବାର ଚାଲିଗଲେ- ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ତିନି ପିଲା ରହିଥିବା ଜଣାପଡିଛି । ପୁରା ପରିବାର ଶୋଇଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ଫଳରେ କେହି ଜାଣିପାରି ନଥିଲେ । ହଠାତ୍ ଛାତ ଭୁଶୁଡ଼ି ପଡିବାରୁ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ସମସ୍ତେ ଗୋଟିଏ ପରିବାରର ବୋଲି ପରିଜନଙ୍କ ସୂଚନା- ମିଳିଥିବା ସୂଚନା ଅନୁଯାୟୀ ଶୟନ କକ୍ଷର ଛାତ ଭୁଶୁଡ଼ି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ପହଞ୍ଚିଥିବା ମୃତକଙ୍କ ପରିବାର ସଦସ୍ୟମାନେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ କହିଛନ୍ତି ଯେ ଛାତ ଭୁଶୁଡ଼ି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।
ଦୁର୍ଘଟଣା ପରେ ସଦର ଥାନା, ତରନତାରନର ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ମୃତକମାନଙ୍କୁ ଗୁରବିନ୍ଦର ସିଂହ, ଅମରଜିତ କୌର, ଏକୁ ଏବଂ ଗୁରଲାଲ ସିଂହ ବୋଲି ଚିହ୍ନଟ କରାଯାଇଛି ।