ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର, ଆଜିର ମ୍ୟାଚ୍ ଅନ୍ୟ ୩ଟି ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ
ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର। ହି ମ୍ୟାଚ୍ ସେମିଫାଇନାଲ ଖେଳିବାକୁ ଥିବା ଅନ୍ୟ ୩ ଦଳର ଭବିଷ୍ୟତ ଓ ଭାଗ୍ୟ ନିର୍ଣ୍ଣୟ କରିବ।
ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍। ଆଜି ଅପରାହ୍ନ ୨.୩୦ରେ ଆରମ୍ଭ ହେବ ମ୍ୟାଚ୍। ଖେଳ ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ନ ୨ଟେ ଆରମ୍ଭ ହେବ ମ୍ୟାଚ୍।
ଏହି ମ୍ୟାଚ୍ ହେଉଛି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍। ଏହି ମ୍ୟାଚ୍ ପରେ ସେମି ଫାଇନାଲ୍ ଆରମ୍ଭ ହେବ। ଯାହାକି ୪ଟି ଦଳ ମଧ୍ୟରେ ଆସନ୍ତା ୪ ଏବଂ ୫ ତାରିଖରେ ଖେଳାଯିବ। ଯଦିଓ ଏହି ମ୍ୟାଚ୍ ଦୁଇ ଦଳ ପାଇଁ ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହଁ ତଥାପି ଏହି ମ୍ୟାଚ୍ ଦୁଇ ଦଳର ଭାଗ୍ୟ ନିଦ୍ଧାରଣ କରିବ।
ସେମିଫାଇନାଲ୍: ଯଦି ଦେଖିବା ଆଜି ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଦୁଇ ଦଳ ପାଇଁ ସେତେଟା ଗୁରୁତ୍ୱ ରଖେନାହିଁ। କାରଣ ଏହି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍ ପୂର୍ବରୁ ଦୁଇ ଦଳ ସେମି ଫାଇନାଲରେ ପ୍ରବେଶ କରିସାରିଛନ୍ତି।
ହେଲେ ଏହି ମ୍ୟାଚ୍ ଦୁଇ ଦଳର ଭାଗ୍ୟ ନିର୍ଦ୍ଧାରଣ କରିପାରେ। ଏବଂ ଏହି ମ୍ୟାଚ୍ ପରେ ପରବର୍ତ୍ତୀ ମ୍ୟାଚ୍ ପାଇଁ ସିଡ୍ୟୁଲ ନିର୍ଣ୍ଣୟ କରିବ। ଏହି ମ୍ୟାଚ୍ ପୂର୍ବରୁ, ଗ୍ରୁପ୍ ବି’ର ଉଭୟ ସେମିଫାଇନାଲିଷ୍ଟ ଦଳ ମଧ୍ୟ ନିଶ୍ଚିତ ହୋଇଯିବେ । କିନ୍ତୁ ସେମାନେ କେଉଁ ଦଳ ସହିତ ସେମିଫାଇନାଲ ଖେଳିବେ ତାହା ହୁଏତ ସ୍ଥିର ହୋଇ ନଥାଇପାରେ । ଯଦି ଭାରତ ବିଜୟୀ ହୁଏ, ତେବେ ଏହା ଗ୍ରୁପ୍ ବି’ର ଦ୍ୱିତୀୟ ସ୍ଥାନରେ ଥିବା ଦଳ ସହିତ ସେମିଫାଇନାଲ ଖେଳିବ।
ଯଦି ପରାଜିତ ହୁଏ, ତେବେ ଗ୍ରୁପ୍ ଏ’ ଶୀର୍ଷ ଦଳ ସହିତ ମୁକାବିଲା କରିବାକୁ ପଡିବ। ଭାରତର ମ୍ୟାଚ୍ ମାର୍ଚ୍ଚ ୪ରେ ଦୁବାଇରେ ଖେଳାଯିବ। ଯାହାର ଅର୍ଥ ହେଉଛି ଏହି ମ୍ୟାଚ୍ ପୂର୍ବରୁ ଏହା ଅସ୍ପଷ୍ଟ ଯେ ସେମିଫାଇନାଲ ପାଇଁ ଦୁବାଇରେ ଭାରତ ସହ କେଉଁ ଦଳ ଖେଳିବ।
ମ୍ୟାଚ୍ ଅସ୍ପଷ୍ଟ: ଯେହେତୁ ଏହି ମ୍ୟାଚ୍ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍। ଯାହାକି ଏବେ ଯାଏଁ ଖେଳାଯାଇନାହିଁ। ତେଣୁ ଯଦିଓ ୪ଟି ଦଳ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ତଥାପି କେଉଁ ଦଳ ସହ କେଉଁ ଦଳର ମୁକାବିଲା ହେବ ତାହା ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ଭଲ ଆରମ୍ଭ କରିଛି। ବାଂଲାଦେଶକୁ ପରାସ୍ତ କରିବା ପରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତ। ଟିମ୍ ଇଣ୍ଡିଆ ସେମିଫାଇନାଲରେ ଟିକେଟ୍ ନିଶ୍ଚିତ କରିଛି। ତେବେ ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ପଡିବ।
ଯାହା ଆଜି ଅପରାହ୍ନରେ ଖେଳାଯିବ। ଆଉ ଏହି ମ୍ୟାଚ୍ ସେମିଫାଇନାଲ ଖେଳିବାକୁ ଥିବା ଅନ୍ୟ ୩ ଦଳର ଭବିଷ୍ୟତ ଓ ଭାଗ୍ୟ ନିର୍ଣ୍ଣୟ କରିବ।