Breaking: ଚଳିତ ବର୍ଷ ପ୍ରଥମ ଥର ପାଇଁ ୩୮ ଡ଼ିଗ୍ରୀ ଟପିଲା ତାପମାତ୍ରା
ଆଜିବି ଭୀଷଣ ଗ୍ରୀଷ୍ମପ୍ରବାହ। ଚିନ୍ତା ବଢ଼ାଇଲାଣି ତାତି। ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ତାପମାତ୍ରା। ୩୮ ଡିଗ୍ରୀ ଡେଇଁଲା ତାପମାତ୍ରା।
ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ରେକର୍ଡ ଭାଙ୍ଗିଲା ତାତି। ୩୮ ଡିଗ୍ରୀ ଟପିଲା ତାପମାତ୍ରା। ଆଜିବି ଭୀଷଣ ଗ୍ରୀଷ୍ମପ୍ରବାହ। ସତର୍କ ରହିବାକୁ ପରାମର୍ଶ। ତେବେ ଚଳିତ ବର୍ଷ ଖରା ତାତିକୁ ନେଇ ଯେଉଁ ପୂର୍ବାନୁମାନ କରାଯାଉଥିଲା। ତାହା ଧିରେ ଧିରେ ସତ ହେବାରେ ଲାଗିଛି।
ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ତାପମାତ୍ରା। ଏବେଠାରୁ ୩୮ ଡିଗ୍ରୀ ପାର କଲାଣି ପାରଦ। ତେଣୁ ଆଗକୁ ପରିସ୍ଥିତି କ’ଣ ହେବ ତାହା କଳ୍ପନା ବାହାରେ। ତେଣୁ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶ।
ଏହାସହ ଟିଟିଲାଗଡ଼ ଏବେ ଦେଶର ସବୁଠୁ ଉତ୍ତପ୍ତ ସହର। ଗତକାଲି ୩୮.୫ ଡିଗ୍ରୀ ଥିଲା ଟିଟିଲାଗଡ଼ର ତାପମାତ୍ରା। ଏହାଛଡ଼ା ଏବେ ୧୦ ଉତ୍ତପ୍ତ ସହର ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି ଝାରସୁଗୁଡା। ଯାହା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଦେଇଛି।
ଯଦି ଏବେଠାରୁ ଏତେ ତାପମାତ୍ରା ତାହାଲେ ଆଗକୁ ଯାହା କଳ୍ପନା କରାଯାଉଛି କି ଜଳିବ ଓଡ଼ିଶା। ଯଦି ଦେଖିବା ଗତକାଲି ଝାରସୁଗୁଡାର ତାପମାତ୍ରା ୩୮.୨ ଡିଗ୍ରି ରେକର୍ଡ କରାଯାଇଛି। ୩୮ ଡିଗ୍ରୀ ସହ ବଲାଙ୍ଗୀର ଦେଶର ଷଷ୍ଠ ସ୍ଥାନରେ ରହିଛି।
ଅନୁଗୁଳରେ ୩୭.୭ ଡିଗ୍ରୀ ରେକର୍ଡ କରିଥିବା ବେଳେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ୩୮ ଡିଗ୍ରୀ ଟପିଛି ଦିନ ତାପମାତ୍ରା। ୩୭ ଡିଗ୍ରୀ ଉପରେ ଥିଲା ୧୧ ସହରର ପାରଦ। ଆଜିବି ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନା।