୩୦୦ତମ ଦିନିକିଆ ମ୍ୟାଚରେ ଚାଲିଲାନି ବିରାଟଙ୍କ ଯାଦୁ, ମାତ୍ର ୧୧ ରନ କରି ହେଲେ ଆଉଟ୍‌

ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶେଷ ଗ୍ରୁପ ଷ୍ଟେଜ ମ୍ୟାଚରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇ ମଇଦାନରେ ଖେଳାଯାଉଛି। ଏଥିରେ ଭାରତକୁ ୩ଟି ଝଟକା ଲାଗିଛି।

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫିରେ ଗ୍ରୁପ ଷ୍ଟେଜର ଶେଷ ମୁକାବିଲା ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳାଯାଉଛି। ଦୁଇଟି ଟିମ ସେମିଫାଇନାଲରେ ନିଜ ସ୍ଥାନ ବଜାୟ ରଖିଛନ୍ତି।

ଯେଉଁ ଟିମ ଆଜିର ମ୍ୟାଚକୁ ନିଜ ନାମରେ କରିବ ସେ ପଏଣ୍ଟ ଟେବୁଲରେ ନଂ-୧ରେ ରହିବ। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ଟିମ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଆଉଟ୍ ହେଲେ ବିରାଟ: ନିଜର ୩୦୦ତମ ଦିନିକିଆ ମ୍ୟାଚ ଖେଳୁଥିବା ବିରାଟ କୋହଲିଙ୍କ ଯାଦୁ ଆଜି ଚାଲିଲାନି। ସେ ୧୪ ବଲରେ ୧୧ ରନ କରି ଆଉଟ୍ ହୋଇଯାଇଛନ୍ତି। ବିରାଟ କୋହଲିଙ୍କୁ ମେଟ ହେନରୀ ଆଉଟ କରିଦେଇଛନ୍ତି। ତାଙ୍କୁ ଆଉଟ୍ କରିବା ଲାଗି ଗ୍ଲେନ ଫିଲିପ୍ସ ଶାନଦାର କ୍ୟାଚ କରିଛନ୍ତି।

ସେହିପରି ରୋହିତ ଶର୍ମା୨୨ ସ୍କୋରରେ ଦ୍ୱିତୀୟ ଝଟକା ରୋହିତ ଶର୍ମା ପାଇଛନ୍ତି। ଏହି ମ୍ୟାଚରେ ପ୍ରଥମ ଝଟକା ଶୁଭମନ ଗିଲଙ୍କୁ ଲାଗିଥିଲା। ସେ ମାତ୍ର ୨ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ।