ଯୁବତୀଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ, ଭୁଲ୍ ମାଗିଲେ ଷ୍ଟୁଡ଼ିଓ ମାଲିକ
ଓଡ଼ିଆ ଜାତିଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ଯୁବତୀ ନିଜ ଜଙ୍ଘରେ ଟାଟୁ କରି ପ୍ରଭୁଙ୍କୁ ଅପମାନିତ କରିଛନ୍ତି।
ଭୁବନେଶ୍ୱର: ଯୁବପିଢିଙ୍କ ମଧ୍ୟରେ ଟାଟୁ ଆଜିକାଲିର ଫ୍ୟାସନ। ହେଲେ ଓଡ଼ିଆ ଜାତିର ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର ଯୁବତୀ ଜଣକ ନିଜ ଜଙ୍ଘରେ ଟାଟୁ କରି ମହାପ୍ରଭୁଙ୍କର ଘୋର ଅପମାନ କରିଛନ୍ତି।
ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି। ଏ ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଷ୍ଟୁଡିଓ ଉପରେ ଚଢାଉ କରିଥିଲା। ହେଲେ ଚଢାଉ ପରେ ଷ୍ଟୁଡିଓ ମାଲିକ ଫେରାର ହୋଇଯାଇଥିଲା। ଏହାପରେ ସେ ନିଜେ ଷ୍ଟୁଡିଓ ମାଲିକ ନିଜେ ଭିଡିଓ ଜାରି କରି ଭୁଲ ମାଗିଛନ୍ତି।
ରକି ଟାଟୁଜ୍ ନାମକ ଏକ ଷ୍ଟୁଡିଓର ଇନଷ୍ଟା ଷ୍ଟୋରିରେ ଜଣେ ଯୁବତୀଙ୍କ ଜଙ୍ଘରେ ଜଗନ୍ନାତଙ୍କ ଚିତ୍ର ଥିବା ଫଟୋ ଭାଇରାଲ ହୋଇଥିଲା।