ସଇତାନ ସାଜିଲା ପୁଅ, ବାପାକୁ ହତ୍ୟା ପରେ ମୁଣ୍ଡକାଟି ଧରି ଫେରାର ହୋଇଗଲା

ଭୁବନେଶ୍ବର: ସାମାନ୍ୟ କଥାରୁ ବାପାର ହଚ୍ୟାକାରୀ ସାଜିବାକୁ ପଛେଇଲାନି ପୁଅ । ବାପାକୁ ହତ୍ୟା ପରେ ମୁଣ୍ଡକାଟି ନେଲା ପୁଅ । ବାରିପଦାରୁ ସାମ୍ନାକୁ ଆସିଛି ଏହି ବିଭତ୍ସ ହତ୍ୟାକାଣ୍ଡ ।

ହତ୍ୟା ପରେ ବାପାର ମୁଣ୍ଡ ଧରି ଚମ୍ପଟ ମାରିଲା ସାନ ପୁଅ  । ଚାନ୍ଦୁଆ ଥାନା ଚାନ୍ଦୁଆ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି ।

ତେବେ କେବଳ ବାପାକୁ ହତ୍ୟା କରି ପୁଅର ମନ ଶାନ୍ତି ହୋଇନଥିଲା । ବାପାକୁ ହତ୍ୟା କରୁଥିବା ବେଳେ ମାଆ ରୋକିବା କାରଣରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି ।

ମା’କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିବା ସୂଚନା । ପାରିବାରିକ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା କଥା କୁହାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଖବର ଅନୁସାରେ, ଅଧରାତିରେ ବାପା ପୁଅ ମଧ୍ୟରେ ବଚସା ହୋଇଥିଲା । ଏହାପରେ ନିଜ କ୍ରୋଧକୁ ସମ୍ଭାଳିପାରିନଥିବା ପୁଅ । ରାଗ ଜର୍ଜରିତ ହୋଇ ବାପାକୁ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା । ତେବେ ବାପାର ଗଣ୍ଡିକୁ ଘର ଦ୍ବାର ମୁହଁରେ ପିଙ୍ଗିଦେଇ ମୁଣ୍ଡକୁ ହାତରେ ଧରି ପୁଅ ଫେରାର ମାରିଛି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।