ପ୍ରେମିକାର ପାଗଳାମୀ ଚ୍ୟାଲେଞ୍ଜ! ବୟଫ୍ରେଣ୍ଡକୁ ବିଦ୍ୟୁତ୍ ଆଘାତ ଦେଇ ପ୍ରସବ ଯନ୍ତ୍ରଣା ଅନୁଭବ କରାଇଲେ, ଯୁବକଙ୍କ ଛୋଟ ଅନ୍ତ କ୍ଷତିଗ୍ରସ୍ତ
ଜଣେ ପ୍ରେମିକା ନିଜ ବୟଫ୍ରେଣ୍ଡର ପ୍ରେମକୁ ପରୀକ୍ଷା କରିବା ପାଇଁ ତାଙ୍କୁ ଏକ ଚ୍ୟାଲେଞ୍ଜ ଦେଲେ, ଯାହାକି ତାଙ୍କ ଜୀବନକୁ ବିପଦରେ ପକାଇଦେଲା । ଚୀନର ଏହି ମାମଲାରେ ମହିଳା ଜଣକ ବିବାହ ପୂର୍ବରୁ ତାଙ୍କ ପ୍ରେମିକଙ୍କୁ ବିଦ୍ୟୁତ୍ ଆଘାତ ଦେଇ ପ୍ରସବ ଯନ୍ତ୍ରଣା କ’ଣ ତାହା ବୁଝାଇଥିଲେ । ମହିଳା ଜଣକ ଚାହୁଁଥିଲେ ଯେ, ବିବାହ ପୂର୍ବରୁ ତାଙ୍କ ପ୍ରେମିକ ସନ୍ତାନ ଜନ୍ମ କରିବାର ଯନ୍ତ୍ରଣା ବୁଝିବା ଉଚିତ ।
ପୂରା ଘଟଣା କ’ଣ?
‘ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ହେନାନ୍ ପ୍ରଦେଶର ଜଣେ ମହିଳା ବିବାହ ପୂର୍ବରୁ ତାଙ୍କ ପ୍ରେମିକଙ୍କୁ ପ୍ରସବ ଯନ୍ତ୍ରଣା ବୁଝାଇବାକୁ ଚେଷ୍ଟା କରିଥିଲେ । ଏହି ସମ୍ପର୍କରେ ସେ ତାଙ୍କୁ ପ୍ରସବ ଯନ୍ତ୍ରଣା ସିମୁଲେସନ୍ କେନ୍ଦ୍ରକୁ ନେଇଗଲେ ।
ଅବଶ୍ୟ ଯୁବକ ଜଣକ ପ୍ରଥମେ ଏହାକୁ ମନା କରିଥିଲା । କିନ୍ତୁ ପରେ ସେ ରାଜି ହୋଇଗଲେ । ସେଣ୍ଟରରେ ପ୍ରେମିକଙ୍କ ଚର୍ମ ଏବଂ ମାଂସପେଶୀକୁ ଉତ୍ତେଜିତ କରିବା ପାଇଁ କେନ୍ଦ୍ରରେ ବିଦ୍ୟୁତ୍ ପ୍ରବାହ ଦିଆଯାଇଥିଲା, ଯାହା ଦ୍ୱାରା ସେ ପ୍ରସବ ସମୟରେ ଗର୍ଭାଶୟ ସଙ୍କୋଚନର ଯନ୍ତ୍ରଣା ଅନୁଭବ କରିଥିଲେ ।
ଚିତ୍କାର କରିବାକୁ ଲାଗିଲା ପ୍ରେମିକ:
ମହିଳା ଜଣକ କହିଛନ୍ତି ଯେ ପ୍ରଥମ ୯୦ ମିନିଟ୍ ମଧ୍ୟରେ ତାଙ୍କର ଯନ୍ତ୍ରଣା ଧୀରେ ଧୀରେ ବଢ଼ିଥିଲା, ଯାହା ପରେ ଏହା ଅଧିକ ତୀବ୍ର ହୋଇଥିଲା । ମହିଳା ଜଣକ କହିଲେ, ‘ମୋ ପ୍ରେମିକ ଲେବଲ ୮ ରେ ଚିତ୍କାର କରିବା ଏବଂ ସଂଘର୍ଷ କରିବା ଆରମ୍ଭ କରିଦେଲା ।’
ଲେବଲ ୧୦ ରେ ସେ ଚିତ୍କାର କରିବା ଆରମ୍ଭ କଲେ ଏବଂ ଶେଷରେ ଜୋର ଜୋରରେ ନିଶ୍ୱାସ ନେବାରେ ଲାଗିଲେ । ଏହା ପରେ ତାଙ୍କର ଝାଳ ବାହାରିବା ଏବଂ ବାନ୍ତି ହେବା ଆରମ୍ଭ ହେଲା । ଗୋଟିଏ ସପ୍ତାହ ପରେ ସେହି ବ୍ୟକ୍ତିଙ୍କୁ ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ଜାଣିପାରିଲେ ଯେ ତାଙ୍କର ଛୋଟ ଅନ୍ତ କ୍ଷତିଗ୍ରସ୍ତ ହୋଇଛି ।
ଏବେ ସମ୍ପର୍କ ଭାଙ୍ଗିଲା :
ମହିଳା ଜଣକ ସୋସିଆଲ ମିଡିଆରେ କହିଛନ୍ତି ଯେ, ତାଙ୍କ ମାଆ ଏବଂ ଭଉଣୀଙ୍କ ମତରେ ବିବାହ ପୂର୍ବରୁ ତାଙ୍କ ପ୍ରେମିକଙ୍କୁ ମହିଳାମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ଅନୁଭବ କରିବା ଉଚିତ । ଅବଶ୍ୟ ଏହି ପରୀକ୍ଷା ପରେ ପୁଅଟିର ଜୀବନ ବିପଦରେ ପଡିଛିି ।
ଏବେ ପ୍ରେମିକର ମାଆ ନିର୍ବନ୍ଧ ଭାଙ୍ଗି ଦେଇଛନ୍ତି ଏବଂ ଝିଅର ପରିବାର ବିରୁଦ୍ଧରେ ମାମଲା ରୁଜୁ କରିବାକୁ ପ୍ରସ୍ତୁତି କରୁଛନ୍ତି । ଅନ୍ୟପଟେ ମହିଳା ଜଣକ ଦାବି କରିଛନ୍ତି ଯେ ଯେପର୍ଯ୍ୟନ୍ତ ତାଙ୍କ ପ୍ରେମିକ ସୁସ୍ଥ ନହୋଇଛନ୍ତି, ସେ ତାଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ ।