ଭୁବନେଶ୍ୱର: ୟୁପିରେ ଫସିଲେ ନନ୍ଦନକାନନ ଏକ୍ସପ୍ରେସ ଯାତ୍ରୀ। କପ୍ଲିଂ ଖସିବାରୁ ଦୁଇ ବାଗ ହେଲା ଟ୍ରେନ୍। ୩ ଘଣ୍ଟା ଧରି ଅଟକି ରହିଲେ ଟ୍ରେନ୍ ଯାତ୍ରୀ।
ଦିଲ୍ଲୀ ଆନନ୍ଦବିହାରରୁ ପୁରୀ ଆସୁଥିଲା ଏହି ଏକ୍ସପ୍ରେସ ଟ୍ରେନ୍। ସୂଚନାନୁଯାୟୀ, ସ୍ଲିପର୍ ଏସ-୪ର କପ୍ଲିଂ ଛିଣ୍ଡି ପଡ଼ିବାରୁ ଅଟକି ରହିଲେ ଯାତ୍ରୀ। ଏଥିପାଇଁ ଅନ୍ୟ ଟ୍ରେନ ଗୁଡ଼ିକକୁ ବି ଅଟକ ରଖାଗଲା।