“ଲିଙ୍ଗ କେବଳ ୨ଟି, ଗୋଟେ ପୁରୁଷ ଆଉ ଗୋଟେ ମହିଳା”

ତୃତୀୟ ଲିଙ୍ଗକୁ ବ୍ୟାନ କରିବାକୁ ଟ୍ରମ୍ପଙ୍କ ନିଷ୍ପତ୍ତି। ଲିଙ୍ଗ କେବଳ ଦୁଇଟି, ଗୋଟେ ପୁରୁଷ ଓ ମହିଳା। ତୃତୀୟ ଲିଙ୍ଗକୁ ଅସ୍ୱୀକାର।

ଆମେରିକା: ତୃତୀୟ ଲିଙ୍ଗକୁ ବ୍ୟାନ। ଲିଙ୍ଗ କେବଳ ଦୁଇଟି, ଗୋଟେ ପୁରୁଷ ଆଉ ଗୋଟେ ମହିଳା। ତୃତୀୟ ଲିଙ୍ଗ ବୋଲି ବୋଲି କିଛି ନାହିଁ। ମୁଁ ଏହାକୁ ଅସ୍ୱୀକାର କରୁଛି। ଏକଥା ଆମେ କହୁ ନାହୁଁ। ଏପରି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ସଂସଦରେ ପ୍ରଥମ ଦିନରୁ ଅର୍ଥାତ୍ ରାଷ୍ଟ୍ରପତି ହେବା ପରେ ଆଜି ଥିଲା ଆମେରିକା ସଂସଦରେ ଟ୍ରମ୍ପଙ୍କ ପ୍ରଥମ ଅଭିଭାଷଣ। ଆଉ ଏହି ସମୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ତାଙ୍କ ପ୍ରଥମ ଭାଷଣରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୃତୀୟ ଲିଙ୍ଗକୁ ଅସ୍ୱୀକାର କରିଛନ୍ତି।

ତୃତୀୟ ଲିଙ୍ଗକୁ ଅସ୍ୱୀକାର: ତେବେ ଯଦି ଦେଖିବା ତୃତୀୟ ଲିଙ୍ଗର ସବୁଠୁ ବଡ ସମର୍ଥକ ଥିଲା ଆମେରିକା। ହେଲେ ଏବେ ଯେତେବେଳେ ଟ୍ରମ୍ପ ଶାସନ ଭାର ହାତକୁ ନେଲେ ଏହାପରେ ଏହାକୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏମିତିକି ଲିଙ୍ଗ ପରିବର୍ତ୍ତନ କରିବା ଅପରାଧ ବୋଲି ଆଇନ ଆଣିବା ନେଇ କହିଛନ୍ତି। ଏଥିସହିତ ଅବୈଧ ପ୍ରବାସୀ ଏବଂ ଲିଙ୍ଗଗତ ଅସ୍ୱୀକାର ଉପରେ କାର୍ଯ୍ୟାନୁଷ୍ଠାନ ସମେତ ତାଙ୍କ ଦ୍ୱାରା ସ୍ୱାକ୍ଷରିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶଗୁଡ଼ିକର ତାଲିକାକୁ ପୁଣି ଥରେ ମନେ ପକାଇଦେଇଛନ୍ତି।

ଦୁଇଟି ଲିଙ୍ଗ: ଟ୍ରମ୍ପଙ୍କ ଅନୁସାରେ କେବଳ ଦୁଇଟି ଲିଙ୍ଗ ରହିଛି। ଗୋଟେ ହେଲା ପୁରୁଷ ଆଉ ଗୋଟେ ମହିଳା। ପୂର୍ବରୁ ମଧ୍ୟ ଆମେରିକା କେବଳ ଦୁଇଟି ଲିଙ୍ଗକୁ ଚିହ୍ନିବ ବୋଲି ମତ ରଖିଥିଲେ ଟ୍ରମ୍ପ। ଟ୍ରାନ୍ସଜେଣ୍ଡର ଏବଂ ଆମେରିକାର ପିଲାମାନଙ୍କ ପାଇଁ ଲିଙ୍ଗ-ପ୍ରମାଣିତ ଯତ୍ନ ଉପରେ ଧ୍ୟାନ ଦେବାକୁ କହିଥିଲେ। ଆଉ ଏବେ ପୁଣି ଥରେ ତାକୁ ଦୋହରାଇଛନ୍ତି।

ଏହାସହ ଟ୍ରମ୍ପ କହିଛନ୍ତି ମୁଁ ଚାହୁଁଛି ଯେ କଂଗ୍ରେସ ପିଲାମାନଙ୍କ ଉପରେ ଲିଙ୍ଗ ପରିବର୍ତ୍ତନକୁ ସ୍ଥାୟୀ ଭାବରେ ନିଷିଦ୍ଧ କରୁ। ଏହା ଏକ ଅପରାଧ ବୋଲି ଆଇନ ଆଣି ବିଲ୍ ପାସ୍ କରାଉ। ଯେକୌଣସି ପିଲା ନିଜ ଶରୀରରେ ପରିବର୍ତ୍ତନ କରି ଅନ୍ୟ ଲିଙ୍ଗ ଧାରଣା କରିବା ଭୁଲ୍।

ଏଭଳି ପରିବର୍ତ୍ତନ ସମାପ୍ତ ହେଉ। ଏହା ଏକ ବଡ଼ ମିଥ୍ୟା ଏବଂ ଆମେରିକାର ପ୍ରତ୍ୟେକ ପିଲାଙ୍କ ପାଇଁ ଆମର ବାର୍ତ୍ତା ହେଉଛି ତୁମକୁ ଯେଉଁଭଳି ଭଗବାନ୍ ସୃଷ୍ଟି କରିଛନ୍ତି ତାହା ହିଁ ତୁମର ପ୍ରକୃତ ପରିଚୟ ବୋଲି ମତ ରଖିଛନ୍ତି ଟ୍ରମ୍ପ।