Breaking: ସିଝିବ ପୁରା ଓଡ଼ିଶା, ଆସନ୍ତା ୫ ଦିନ ଯାଏଁ ତାତିରୁ ମିଳିବନି ତ୍ରାହି

ହନ୍ତସନ୍ତ ହେବ ଜନ ଜୀବନ। ଆଗାମୀ ୫ ଦିନ ଯାଏଁ ମିଳିବନି ନିସ୍ତାର। ୩୯ ଡିଗ୍ରୀରୁ ୪୦ ଡିଗ୍ରୀ ଛୁଇଁବ ଦିନର ତାପମାତ୍ରା। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା।

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ଆଉ ତାତିରୁ ମିଳିବନି ତ୍ରାହି। ସିଝିବ ପୁରା ଓଡ଼ିଶା। ହନ୍ତସନ୍ତ ହେବ ଜନ ଜୀବନ। ଆଗାମୀ ୫ ଦିନ ଯାଏଁ ମିଳିବନି ନିସ୍ତାର। ୩୯ ଡିଗ୍ରୀରୁ ୪୦ ଡିଗ୍ରୀ ଛୁଇଁବ ଦିନର ତାପମାତ୍ରା।

ହଁ ଆଜ୍ଞା ପ୍ରତଣ୍ଡ ଖରା ତେଜରେ ସିଝିବ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା। ଯେଉଁଭଳି ଭାବରେ ରାଜ୍ୟରେ ଦିନର ତାପମାତ୍ରା ବଢି ଚାଲିଛି ମନେ ହେଉଛି ଆଗକୁ ସ୍ଥିତି ପୁରା ଭୟଙ୍କର ହେବ। କାରଣ ଏବେ ଚାଲିଛି ବସନ୍ତ ଋତୁ। ସାଧାରଣତଃ ଏହି ସମୟରେ ପାହାନ୍ତିଆ ଶୀତ ଅନୂଭୂତ ହୁଏ।

ହେଲେ ଏବେଠାରୁ ସ୍ଥିତି ପୁରା ବେହାଲ। ଦିନର ତାପମାତ୍ରା ଛୁଇଁଲାଣି ୪୦ ଡିଗ୍ରୀ ପାଖାପାଖି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ଛୁଇଁଛି ୩୯ ଡିଗ୍ରୀ। ଝାରସୁଗୁଡାରେ ଗତକାଲି ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିଭଳି ଅନ୍ୟ ସହରରେ ବି ତାପମାତ୍ରା ଉପରମୁହାଁ ହୋଇଛି।