(video) ବ୍ୟାନ ହେଲା ଗୁଟଖା-ପାନ ମସଲା, ନିୟମ ନ ମାନିଲେ ଦେବାକୁ ପଡ଼ିବ ୧୦୦୦ ଟଙ୍କା ଜୋରିମାନା

ସରକାରଙ୍କ ବଡ଼ ନିଷ୍ପତ୍ତି। ବ୍ୟାନ ହେଲା ଗୁଟଖା-ପାନ ମସଲା। ତମାଖୁ ଖାଇଲେ କିମ୍ୱା ଛେପ ପକାଇଲେ ଦେବାକୁ ପଡ଼ିବ ଜୋରିମାନା।

ଉତ୍ତରପ୍ରଦେଶ: କଡ଼ା ନିଷ୍ପତ୍ତି ନେଲେ ସରକାର। ବ୍ୟାନ ହେଲା ଗୁଟଖା ଏବଂ ପାନ ମସଲା। ତମାଖୁ ଖାଇଲେ କିମ୍ୱା ଛେପ ପକାଇଲେ ଦେବାକୁ ପଡ଼ିବ ଜୋରିମାନା। ଏହାସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସତରେ କ’ଣ ବ୍ୟାନ ହୋଇଗଲା ଗୁଟଖା ଏବଂ ପାନ ମସଲା। ସତରେ କ’ଣ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ପ୍ରକୃତ କଥା ହେଉଛି ଏହି କଥାଟି ସମ୍ପୂର୍ଣ୍ଣ ସତ। ଏହି ନିୟମର ଯିଏ ଉଲଘଂନ କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜୋରିମାନା ମଧ୍ୟ ଆଦାୟ ହେବ।

ବ୍ୟାନ ହେଲା ଗୁଟଖା: ତେବେ ଏହି ନିୟମ ଓଡ଼ିଶାରେ ଲାଗୁ ହୋଇନାହିଁ ବରଂ ଉତ୍ତରପ୍ରଦେଶ ସରକାର ଏପରି ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିୟମ ପାଳନ କରିବାକୁ ବାଧ୍ୟ। ଯିଏ ଏହି ନିୟମକୁ ନ ମାନିବ ତା ଉପରେ ଜୋରିମାନା ଲଗାଯିବ।

ଭିଡ଼ିଓ ଭାଇରାଲ: ତେବେ ଏହି ବ୍ୟାନ୍ ପୁରା ଉତ୍ତରପ୍ରଦେଶରେ ଲଗାଯାଇନାହିଁ। ଯଦି ଦେଖିବା ଏବେ ଉତ୍ତରପ୍ରଦେଶ ବିଧାନସଭାର ଅଧିବେଶନ ଚାଲିଛି। ଏଭଳି ସମୟରେ ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ବିଧାନସଭାରେ ଜଣେ ବିଧାୟକ ପାନ ଖାଇ ବିଧାନସଭାର ମୁଖ୍ୟ ଦ୍ୱାରରେ ଛେପ ପକାଇଥିଲେ।

ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଯାହାକୁ ନେଇ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ଏଭଳି ନିଷ୍ପତ୍ତି ନେଇଛନ୍ତି।  ତେବେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ  ୟୁପି ବିଧାନସଭାର ବାଚସ୍ପତି କହିଥିଲେ,‘ ମୁଁ ସକାଳେ ଏଠାକୁ ଆସିବା ପରେ ଜାଣିବାକୁ ପାଇଲି କିଛି ସଦସ୍ୟ ବିଧାନସଭା ଭିତରେ ପାନ ମସଲା ଖାଇ ମଇଳା କରୁଛନ୍ତି।

ସରକାରଙ୍କ ନିଷ୍ପତ୍ତି: ମୁଁ ବ୍ୟକ୍ତିଗତ ଭାବରେ କୌଣସି ସଦସ୍ୟଙ୍କ ନାମ ନେବି ନାହିଁ କି ଅପମାନିତ କରିବି ନାହିଁ । କିନ୍ତୁ ମୁଁ ସେମାନଙ୍କୁ ସିସିଟିଭିରେ ଦେଖିଛି। ଯିଏ ଏହା କରିଛନ୍ତି ସେ ନିଶ୍ଚିତ ଭାବେ ଭୁଲ କରିଛନ୍ତି।’ ଏହି ଘଟଣାକୁ ନେଇ ବାଚସ୍ପତି ବିଧାନସଭାରେ ଆଲୋଚନା ମଧ୍ୟ କରିଥିଲେ। ଏହି ଘଟଣାପରେ ବିଧାନସଭା ପରିସରରେ ପାନ ମସଲା ଏବଂ ଗୁଟକାକୁ ବ୍ୟାନ୍‌ କରାଯାଇଛି।

ଏଥିସହିତ ବିଧାନସଭା ପରିସରରେ ଗୁଟଖା ଖାଉଥିବା ସମୟରେ ଯଦି କେହି ଧରାପଡ଼ନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ ବୋଲି କଡ଼ା ସୂଚନା ଜାରି କରାଯାଇଛି।