ବନ୍ଦ ଘରେ ରିଲ୍ସ କରୁଥିଲେ ଦିଅର-ଭାଉଜ, ହେଲେ ବ୍ଲାଷ୍ଟରେ ପୁରା ଜଳିଗଲେ

ରିଲ୍ସ ସାଜିଲା କାଳ। ବନ୍ଦ ଘରେ ରିଲ୍ସ କରୁଥିଲେ ଦିଅର-ଭାଉଜ। ଜଳିଗଲା ଶରୀରର ୯୦ ପ୍ରତିଶତ।

ମଧ୍ୟପ୍ରଦେଶ: ରିଲ୍ସ ନିଶା କରିଛି ବାଇଆ। ରିଲ୍ସ କରିବା ପାଇଁ ମରଣକୁ ମଧ୍ୟ ନିମନ୍ତ୍ରଣ କରିବାକୁ ପଛାଉ ନାହାନ୍ତି ଲୋକେ। କିଏ ଟ୍ରେନ ଲାଇନରେ ଟ୍ରେନ ଆସିଲା ବେଳେ ରିଲ୍ସ କରୁଛି ତ ଆଉ କିଏ ପାହାଡ଼ ଉପରେ। ହେଲେ ଏବେ ଏମିତି ଏକ ରିଲ୍ସର ଭୟଙ୍କର କାହାଣୀ ସାମ୍ନାକୁ ଆସିଛି ତାହା ଆପଣଙ୍କୁ ଚକିତ କରିଦେବ।

ହଁ ଦିଅର ଭାଉଜଙ୍କୁ ଘାରିଥିଲା ରିଲ୍ସ ନିଶା। ସେଥିପାଇଁ ବନ୍ଦ ଘରେ କରୁଥିଲେ ରିଲ୍ସ। ହେଲେ ଏହି ରିଲ୍ସ ସେମାନଙ୍କ ପାଇଁ କାଳ ସାଜିଲା। ଉଭୟଙ୍କ ଶରୀର ୯୦ ପ୍ରତିଶତରୁ ଅଧିକ ଜଳିଗଲା। ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛିନା, ଆଉ ମନରେ ପ୍ରଶ୍ନ ଆସୁଛି ନା ଘରେ ଥିବା ବେଳେ ରିଲ୍ସ ପାଇଁ କିପରି ପୋଡ଼ି ହୋଇଗଲେ ଜଦିଅର-ଭାଉଜ।

ରିଲ୍ସ ନିଶା: ତେବେ ଏପରି ଏକ ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିଅରରେ। ଦିଅର-ଭାଉଜଙ୍କର ଚାଲିଥିଲା ରିଲ୍ସ। ତାହା ପୁଣି ବନ୍ଦ ଘରେ। ହେଲେ ଏମାନେ କିଛି ନିଆରା ଉପାୟରେ ରିଲ୍ସ କରିବାକୁ ଚେଷ୍ଟା କରିଥିଲେ। ଯାହାକି ତାଙ୍କ ପାଇଁ କାଳ ସାଜିଲା।

ଜଳିଗଲା ପୁରା ଶରୀର: ତେବେ ଦିଅର-ଭାଉଜ ରିଲ୍ସ କରିବା ପାଇଁ ଏଲପିଜି ଗ୍ୟାସ ବ୍ୟବହାର କରି ଧୂଆଁରେ ରିଲ୍ସ କରିବା ପାଇଁ ସବୁ ପ୍ରକାର ଆୟୋଜନ କରିଥିଲେ। ଆଉ ଘର ବନ୍ଦ କରି ଏଲପିଜି ଗ୍ୟାସ ମଧ୍ୟ ଘର ଭିତରେ ଛାଡ଼ିଥିଲେ।

ହେଲେ ହଠାତ୍ ଗ୍ୟାସ୍ ବ୍ଲାଷ୍ଟ କଲା। ଫଳରେ ଉଭୟ ଦିଅର-ଭାଉଜ ସେହି ବ୍ଲାଷ୍ଟରେ ଜଳିଗଲେ। ପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ପୁରା ଶରୀର ପାଖାପାଖି ୯୦ ପ୍ରତିଶତ ଜଳିଯାଇଥିବା ସୂଚନା ମିଳିଛି।

ପୁରା ଫ୍ଲାଟ୍ ଜଳିଲା: ତେବେ ଗ୍ୱାଲିଅରର ଗୋଲକା ମନ୍ଦିର ଥାନା ଅଞ୍ଚଳରେ ଅବସ୍ଥିତ ୭ ମହଲା କୋଠା “ଦି ଲିଗାସି ପ୍ଲାଜା”ର ପ୍ରଥମ ମହଲାରେ ଥିବା ଏକ ଫ୍ଲାଟରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ମଙ୍ଗଳବାର ରାତି ୨ଟାରେ ଘଟିଥିବା ବିସ୍ଫୋରଣରେ ଫ୍ଲାଟ୍‌ଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।