ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ମିଳିବାକୁ ଯାଉଛି ବଡ଼ ଖୁସିଖବର । କେନ୍ଦ୍ର ସରକାର ହୋଲି ପୂର୍ବରୁ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ବୃଦ୍ଧି ଘୋଷଣା କରିପାରନ୍ତି । ଏହା ଦ୍ୱାରା କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଏବଂ ପେନସନଭୋଗୀଙ୍କ ପେନସନରେ ବିପୁଳ ବୃଦ୍ଧି ଘଟିବ ।
ମହଙ୍ଗା ଭତ୍ତାରେ ହେବ ୩ ପ୍ରତିଶତ ବୃଦ୍ଧି :
ସରକାର ପ୍ରତିବର୍ଷ ଦୁଇଥର (୧ ଜାନୁଆରୀ ଏବଂ ୧ ଜୁଲାଇ) ମହଙ୍ଗା ଭତ୍ତା ବୃଦ୍ଧି କରନ୍ତି । ଅବଶ୍ୟ ଏହାର ଆନୁଷ୍ଠାନିକ ଘୋଷଣା କିଛି ସମୟ ପରେ କରାଯିବ । ଏଥର ବର୍ଷର ପ୍ରଥମ ମହଙ୍ଗା ଭତ୍ତା ମାର୍ଚ୍ଚ ମାସରେ ଲାଗୁ ହୋଇପାରେ । ହୋଲି ପୂର୍ବରୁ ସରକାର ଡିଏ ବୃଦ୍ଧି ଘୋଷଣା କରିପାରନ୍ତି ବୋଲି ଖବର ଅଛି ।
ରିପୋର୍ଟ ଅନୁସାରେ, ଏଥର ସରକାର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିପାରନ୍ତି । ଏହି ବୃଦ୍ଧି ୧ ଜାନୁଆରୀ, ୨୦୨୫ ରୁ କାର୍ଯ୍ୟକାରୀ ହେବ ବୋଲି ବିବେଚନା କରାଯିବ । ୩% ବୃଦ୍ଧି ସହିତ ଡିଏ ଏବଂ ଡିଆର ୫୬% ରେ ପହଞ୍ଚିବ ।
ତେବେ ଗତ ବର୍ଷ ମଧ୍ୟ ଅକ୍ଟୋବର ପ୍ରଥମ ସପ୍ତାହରେ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । କିନ୍ତୁ ଏହାକୁ ଜୁଲାଇ ୧ ରୁ କାର୍ଯ୍ୟକାରୀ କରିବାକୁ ବିଚାର କରାଯାଇଥିଲା । ତା’ପରେ ଡିଏ ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଥିଲା ।