ରୋହିତ ଶର୍ମାଙ୍କ ଫିଟନେସ୍ ଉପରେ ଉଠିଲା ପ୍ରଶ୍ନ, ପାଟି ଚୁପ୍ କରାଇଦେଲେ ସୂର୍ଯ୍ୟକୁମାର ଯାଦବ

ଶାମା ମହମ୍ମଦଙ୍କୁ କଡ଼ା ଜବାବ ଦେଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ ରୋହିତ ଶର୍ମାଙ୍କ ଫିଟନେସ୍‌କୁ ନେଇ କଂଗ୍ରେସ ନେତା ପ୍ରଶ୍ନ ଉଠାଇଥିଲେ। ଶାମା ଏ ନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲେ।

କିନ୍ତୁ ଅନେକ ହଇଚଇ ପରେ ସେ ଏହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ। ବର୍ତ୍ତମାନ ଟିମ ଇଣ୍ଡିଆର ଷ୍ଟାର ଖେଳାଳି ଏବଂ ଟି୨୦ ଟିମର କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବ ରୋହିତ ଶର୍ମାଙ୍କୁ ନେଇ ଆଲୋଚନା କରୁଥିବା ଲୋକଙ୍କୁ ଜବାବ ଦେଇଛନ୍ତି।

ଜବାବ ଦେଲେ ଯାଦବ: ସୂର୍ଯ୍ୟ କୁମାର ଯାଦବ ଏଏନଆଇ ସହ କଥା ହେଲା ବେଳେ ନିଜର ମନ୍ତବ୍ୟ ଦେଇଛନ୍ତି। ରୋହିତ ଶର୍ମାଙ୍କୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ଦେଇ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, ରୋହିତ ଶର୍ମାଙ୍କ କ୍ଷମତାକୁ ନେଇ କୌଣସି ସନ୍ଦେହ କରାଯିବା ଉଚିତ୍ ନୁହେଁ। ତାଙ୍କୁ ନଜରରେ ରୋହିତ ଶର୍ମା ଆଜିକା ସମୟରେ ସର୍ବଶ୍ରେଷ୍ଠ ଖେଳାଳି।

ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, ଗତ ଚାରି ବର୍ଷ ମଧ୍ୟରେ ରୋହିତ ଶର୍ମା ଟିମ ଇଣ୍ଡିଆକୁ ଚାରୋଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ନେବାରେ ସକ୍ଷମ ହୋଇଛନ୍ତି। ଏହା କୌଣସି ସହଜ କାମ ନୁହେଁ।

ସେ ଗତ ୧୫-୨୦ ବର୍ଷ ହେଲାଣି ଖେଳୁଛନ୍ତି, ତାହା ବଡ଼ କଥା। ସେ ଆହୁରି କହିଛନ୍ତି ଯେ, ରୋହିତ ଶର୍ମାଙ୍କୁ ମୁଁ ପାଖରୁ ଦେଖିଛି, ସେ ବହୁତ ପରିଶ୍ରମ କରନ୍ତି। ଏଥିସହ ସେ ଟିମ ଇଣ୍ଡିଆକୁ ଚାମ୍ପିୟନ୍ସ ଟ୍ରଫିର ଟାଇଟଲ ହାସଲ କରିବା ନେଇ ଶୁଭେଚ୍ଛା ଜଣାଇଛନ୍ତି।