ନୂଆଦିଲ୍ଲୀ: ଭାରତର ବିସ୍ଫୋରକ ଓପନର ବିରେନ୍ଦ୍ର ସେହୱାଗ ବର୍ତ୍ତମାନ ସମସ୍ୟା ଘେରରେ। ତାଙ୍କ ସାନ ଭାଇ ବିନୋଦ ସେହୱାଗଙ୍କୁ ଚଣ୍ଡିଗଡ଼ର ମନୀମାଜରା ଥାନା ପୋଲିସ ଗିରଫ କରିଛି।
ବିନୋଦ ସେହୱାଗଙ୍କ ଚେକ୍ ବାଉନ୍ସ ମାମଲାରେ କୋର୍ଟରେ ହାଜର ନ ହେବା କାରଣରୁ ତାଙ୍କୁ ପଳାତକ ଘୋଷଣା କରାଯାଇଛି।
ମାମଲା: ବିରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କ ବିରୋଧରେ ୭ କୋଟି ଟଙ୍କାର ଚେକ୍ ବାଉନ୍ସର ମାମଲା କୋର୍ଟରେ ଚାଲୁଥିଲା। ତାଙ୍କୁ ଏହି ମାମଲାରେ କୋର୍ଟରେ ହାଜର ହେବାକୁ ଥିଲା।
କିନ୍ତୁ ସେ କୋର୍ଟରେ ହଜାର ହୋଇନଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଛି।
କୋର୍ଟରେ ହାଜର ପରେ ବିନୋଦ ସେହୱାଗଙ୍କୁ ନ୍ୟାୟିକ ହେପାଜତରେ ପଠାଯାଇଛି। ବିନୋଦ ସେହୱାଗଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଛନ୍ତି, ଏହା ପରେ ଖୁବଶୀଘ୍ର ଶୁଣାଣି ହେବ।