ଦେଖନ୍ତୁ (Video) ‘ବାଳିକା ବଧୂ’ ପାଇଁ ବିଲ-ପାହାଡ଼ ମାନିଲାନି ସ୍ୱାମୀ, ଶଶୁର ଘରେ ପଶି ସ୍ତ୍ରୀକୁ ଉଠେଇ ଆଣିଲା …

କୁନିଝିଅକୁ ଜବରଦସ୍ତି ବାହା କଲେ ମା’ । ଭିଡିଓ ଭାଇରାଲ ପରେ ପଦାକୁ ଆସିଲା ସତ ।

ବେଙ୍ଗାଲୁରୁ: କର୍ନାଟକ ବାଙ୍ଗାଲୁରୁରେ ଏକ ହୃଦହ ବିଦାରକ ଘଟଣା ଘଟିଯାଇଛି । ଏ ଘଟଣା ସେତେବେଳେ ଲୋକ ଲୋଚନକୁ ଆସିଲା, ଯେତେବେଳେ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ହୋସୁର ନିକଟରେ ଥିବା ତୋଟାମଞ୍ଜୁର ଥିମାଟୁରରେ ଘଟିଯାଇଛି ଏହି ଘଟଣା । ୭ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ନାବାଳିକାଟି ପରିବାର ସହ ଘରେ ରହୁଥିଲା । ମାର୍ଚ୍ଚ ୩ ତାରିଖରେ ଜବରଦସ୍ତି ଘରଲୋକେ ତା’ ବାହାଘର ୨୯ ବର୍ଷୀୟ ମଦେଶ ସହ କରିଦେଲେ ।

ଜବରଦସ୍ତି ବାହା କଲେ ମା’: ମଦେଶର ଘର କାଲିକୁଟାଇ ହୋଇଥିବାବେଳେ ସେ ଲେବର କାମ କରେ । ବାହାଘର ପରେ ଘରକୁ ଫେରିଥିଲା କୁନି ଝିଅ । ଏହାପରେ ସ୍ୱାମୀ ସହ ଆଉ ଯିବାକୁ ରାଜି ହୋଇ ନ ଥିଲା । କନ୍ଦା କଟା କରିବା ପରେ ମଦେଶ ଓ ତା’ ଭାଇ ମଲେଶ (୩୮) କୁନି ଝିଅକୁ କାଲିକୁଟାଇ ଟେକି ନେଇଥିଲେ ।

ରାଜି ନଥିଲା ଜେଜେମା: ଘଟଣାସ୍ଥଳ ପାଖରେ ଥିବା କିଛି ଲୋକ ଘଟଣାର ଭିଡିଓ ଫୋନରେ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା ।

ତଦନ୍ତ ଚାଲିଛି : ଢେଙ୍କାନିକୋଟର ମହିଳା ପୋଲିସ ଟିମ୍ ଘଟଣାର ଯାଞ୍ଚ ଆରମ୍ଭ କରିଛି । କୁନି ଝିଅର ଜେଜେମା’ଙ୍କ ଅଭିଯୋଗ ପରେ ପୋଲିସ ମଦେଶ, ମଲେଶ ଏବଂ ନାଗାମ୍ମାଙ୍କୁ ଗିରଫ କରି ଯାଞ୍ଚ ଆରମ୍ଭ କରିଛି ।

୧୮ ବର୍ଷରୁ କମ୍ ଝିଅଙ୍କୁ ବିବାହ କରିବା ଚାଇଲ୍ଡ ମ୍ୟାରେଜ ଆକ୍ଟ ଅଧିନରେ ଆସୁଛି । ୩ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଏବଂ ବାଲ୍ ବିବାହ ଆଇନ ଅନ୍ତର୍ଗତ ମାମଲା ରୁଜୁ ହୋଇଛି ।