ନୂଆଦିଲ୍ଲୀ: ପଞ୍ଜାବର ଲୁଧିଆନାରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ସୂଚନା ଅନୁଯାୟୀ, ଫୋକାଲ୍ ପଏଣ୍ଟ ଅଞ୍ଚଳର ଫେଜ୍ 8 ରେ ଥିବା ଏକ ରଙ୍ଗାଇଂ କୋଠାର ପୁରୁଣା ଅଂଶ ଭୁଶୁଡ଼ି ପଡ଼ିଛି ଏବଂ ଏହା ତଳେ ପ୍ରାୟ ଚାରି ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ରିଲିଫ୍ କାର୍ଯ୍ୟ ଜାରି ରହିଛି ।
4ଜଣ ଫସି ରହିଥିବା ଆଶଙ୍କା- ଶନିବାର ଦିନ ଲୁଧିଆନାରେ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିବା ପରେ ଅତି କମରେ ଚାରି ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଏନେଇ ଅଧିକାରୀମାନେ କହିଛନ୍ତି । ଏହି ଘଟଣାଟି ଫୋକାଲ୍ ପଏଣ୍ଟ ଅଞ୍ଚଳରେ ଘଟିଥିଲା।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ କୋଠା ଭୁଶୁଡ଼ିବା ଯୋଗୁଁ ସମଗ୍ର ଅଞ୍ଚଳ ଥରି ଉଠିଥିଲା । କୋଠା ଏବଂ ଏଥିରେ ରହୁଥିବା ଲୋକଙ୍କ ବିଷୟରେ ତୁରନ୍ତ କୌଣସି ସୂଚନା ଉପଲବ୍ଧ ନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଯେ ଏହା ଏକ କାରଖାନା ଥିଲା ।
ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ- ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଯେ, ଲୁଧିଆନାରେ ଏକ କାରଖାନା କୋଠା ଭୁଶୁଡ଼ି ପଡ଼ିବାର ରିପୋର୍ଟ ଆସିଛି । ପରିସ୍ଥିତିର ତୁରନ୍ତ ମୂଲ୍ୟାଙ୍କନ କରିବା ପାଇଁ ମୁଁ ପ୍ରଶାସନକୁ ନିର୍ଦ୍ଦେଶ ଜାରି କରିଛି । ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କର କାମ ଆରମ୍ଭ କରିଦେଇଛନ୍ତି । ଭଗ୍ନାବଶେଷ ତଳେ ଚାପି ହୋଇଥିବା ଶ୍ରମିକମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।