Breaking: ରଥଯାତ୍ରାକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ନେଇ ପ୍ରକ୍ରିୟା ଆରମ୍ଭ

ପୁରୀ ରଥଯାତ୍ରାକୁ ମିଳିବ ବିଶ୍ୱ ଐତିହ୍ୟ ମାନ୍ୟତା। ନିକଟରେ ଦିଲ୍ଲୀ ଯାଇ ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। 

ପୁରୀ: ଖୁବଶୀଘ୍ର ପୁରୀ ରଥଯାତ୍ରାକୁ ମିଳିବ ବିଶ୍ୱ ଐତିହ୍ୟ ମାନ୍ୟତା। ଏନେଇ ଆରମ୍ଭ ହେଲାଣି ପ୍ରକ୍ରିୟା। ରଥଯାତ୍ରାକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ନେଇ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ ସରିଲାଣି।

ଦିଲ୍ଲୀ ଯାଇ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ୟୁନେସ୍କୋ ଦ୍ୱାରା ମାନ୍ୟତା ନେଇ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ଖୁବଶୀଘ୍ର ନାମାଙ୍କନପତ୍ର ଦାଖଲ କରିବ ଶ୍ରୀମନ୍ଦିର ପ୍ରଶାସନ।

ଦେଖିବାକୁ ଗଲେ ପୁରୀର ରଥାଯାତ୍ରା ହେଉଛି ସବୁଠାରୁ ବଡ଼ ଉତ୍ସବ। ଯେଉଁଠାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଆଉ ପୁରା ବିଶ୍ୱରେ ମଧ୍ୟରେ ପୁରୀ ରଥଯାତ୍ରା ପ୍ରସିଦ୍ଧ। ଜଗାର ଧାମ ପାଇଁ ଓଡ଼ିଶାକୁ ଲୋକେ ଚିହ୍ନନ୍ତି। ତେଣୁ ଏବେ ସେହି ଜଗାର ରଥଯାତ୍ରାକୁ ମିଳିବାକୁ ଯାଉଛି ବିଶ୍ୱ ଐତିହ୍ୟ ମାନ୍ୟତା।