Breaking: ବାପାଙ୍କ ବିବାହ ପ୍ରସ୍ତାବ ନା ୨ ନାବାଳକ ପୁଅଙ୍କ ପ୍ରେମ ସମ୍ପର୍କ, କେଉଁ କାରଣ ପାଇଁ ଦୁଇ ଭାଇଙ୍କ ହେଲା ମୃତ୍ୟୁ

ବନ୍ଦ ଘରୁ ଉଦ୍ଧାର ହେଲା ୨ ନାବାଳକ ଭାଇଙ୍କ ଝୁଲନ୍ତା ମୃତଦେହ। କେଉଁ କାରଣରୁ ହେଲା ମୃତ୍ୟୁ। ବାପାଙ୍କ ଦ୍ୱିତୀୟ ବିବାହ ପ୍ରସ୍ତାବ ନା ନାବାଳକ ପୁଅଙ୍କ ପ୍ରେମ ସମ୍ପର୍କ ପାଇଁ ହତ୍ୟା !

ଖଣ୍ଡପଡ଼ା: କିଏ କହୁଛି ବାହା ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ। ତ ଆଉ କିଏ କହୁଛି ନାବାଳକ ପୁଅଙ୍କର ଥିଲା ପ୍ରେମ ସମ୍ପର୍କ। ହେଲେ ଏତେସବୁ ଚର୍ଚ୍ଚା ଭିତରେ କିନ୍ତୁ ବାପା ଥାଉ ଥାଉ ଚାଲି ଯାଇଛି ଦୁଇ ନାବାଳକଙ୍କ ଜୀବନ। ହଁ ଖଣ୍ଡପଡା ଭାପୁରରେ ଚାଲିଯାଇଛି ଦୁଇ ନାବାଳକ ଭାଇଙ୍କ ଜୀବନ। ସମ୍ପର୍କରେ ଦୁହେଁ ଦୁଇ ଭାଇ।

ଆଜି ସକାଳୁ ସକାଳୁ ୧୪ ବର୍ଷ ଓ ୧୧ ବର୍ଷର ୨ ପୁଅଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ହେଲେ ଏବେ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ, ଭିନ୍ନ ଭିନ୍ନ ରିପୋର୍ଟ ସାମ୍ନାକୁ ଆସିଛି।

ଗୋଟେ ପଟେ କୁହାଯାଉଛି କି ଦୁଇ ମୃତ ନାବାଳକ ପୁଅଙ୍କର ମାର ଗତ ୩ ବର୍ଷ ତଳେ ମୃତ୍ୟୁ ହୋଇଥିଲା। ଆଉ ଏବେ ତାଙ୍କ ବାପାଙ୍କର ଦ୍ୱିତୀୟ ବାହାଘର ପାଇଁ ପ୍ରସ୍ତାବ ଆସିଥିଲା। ବାପା ବି ଦ୍ୱିତୀୟ ବାହାଘର ପାଇଁ ରାଜି ଥିଲେ।

ହେଲେ ଏହି କଥାକୁ ଗ୍ରହଣ କରିପାରୁ ନିଥିଲେ ଦୁଇ ନାବାଳକ ଭାଇ। ସେମାନଙ୍କ ମନରେ ଡ଼ର ଥିଲା କାଳେ ସାବତ ମା’ ଆସିଲେ ତାଙ୍କ ଉପରେ ଅତ୍ୟାଚାର ଡକରିବ। ତେଣୁ  ବାପାଙ୍କ ଦ୍ୱିତୀୟ ବିବାହ ପ୍ରସ୍ତାବ ଆସିବାରୁ ଦୁଇ ପୁଅ ବେକରେ ଲୁଗା ବାନ୍ଧି ଝୁଲି ପଡିଥିବା ସୂଚନା ମିଳିଛି।

ହେଲେ ଅନ୍ୟପଟେ ଆଉ ଏକ ଦିଗ ଉପରେ ମଧ୍ୟ ଆଲୋଚନା ହେଉଛି। ଯାହାକି ଅତି ଭୟଙ୍କର। ସୂଚନାନୂସାରେ, କାଳେ ୨ ନାବାଳକ ପୁଅଙ୍କର ପ୍ରେମ ସମ୍ପର୍କ ଥିଲା। ଯେଉଁଥିପାଇଁ ୨ ପୁଅଙ୍କୁ ବାପା ମାରି ଟାଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି।

ହେଲେ ଏହି ଦୁଇଟି ଯାକ କଥା କେତେ ସତ ତାହା ତ ଏଯାଏଁ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଫତେଗଡ ପୋଲିସ ବାପାକୁ ଅଟକ ରଖି ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।