ଜାନୁଆରୀରେ କେତେ ମର୍ଡର କେତେ ଚୋରି? ରମେଶ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

ଅପରାଧର ମାସ ଥିଲା ଜାନୁଆରୀ। ତଥ୍ୟ ରଖିଲେ ମୋହନ ମାଝୀ ।

ଭୁବନେଶ୍ବର: ଗୃହରେ ଉଠିଲା ରାଜ୍ୟରେ ଅପରାଧ ପ୍ରସଙ୍ଗ । ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚଳିତ ୨୦୨୫ ଜାନୁଆରୀ ଥିଲା ରାଜ୍ୟରେ ଅପରାଧର ମାସ  । ଜାନୁଆରୀରେ ୧୧୧ ହତ୍ୟା, ୨୦ ଡକାୟତି, ୧୫୦୯ ଚୋରି ମାମଲା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ।

ସେହିପରି, ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ ମାମଲା, ୭୯ ଯୌନ ନିର୍ଯାତନା, ୧୪୯ ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ ମାମଲା ସାମ୍ନାକୁ ଆସିଛି ।

ଯଦି ୨୦୨୪ କଥା ଦେଖାଯାଏ ତେବେ, ୧୨୫୮ ହତ୍ୟା, ୩୫୬ ଡକାୟତି, ୧୭୮୦୫ ଚୋରି ମାମଲା ସାମ୍ନାକୁ ଆସିଛି । ସେହିପରି ୧୪୭୧ ଦଙ୍ଗା, ୨୫୦୧ ସାଇବର ଅପରାଧ, ୭୨୯୯ ଅସଦାଚରଣ ମାମଲା ହୋଇଛି ।

ଅନ୍ୟପଟେ ୧୦୮୨ ଯୌନ ନିର୍ଯାତନା, ୧୮୩୯ ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ ସହିତ ୧୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୬୫ ଟି ହଇରାଣ ମାମଲା ରୁଜୁ  ହୋଇଛି । ରମେଶ ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ତଥ୍ୟ ରଖିଛନ୍ତି ।

ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ମାମଲା । ତେବେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଉତ୍ତର ଏକ ପ୍ରକାର ଚିନ୍ତାର ବିଷୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।