ଭୁବନେଶ୍ୱର: ରାଜ୍ୟରୁ ଅନୁପ୍ରବେଶକାରୀଙ୍କୁ ଖୋଜି ବାହାର କରିବା ପାଇଁ ଅଣ୍ଟା ଭିଡିଛି ଏସଟିଏଫ୍ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଗଠନ ହୋଇଛି ସ୍ପେଶାଲ ଟିମ୍ ।
ଏ ନେଇ ସୂଚନା ଦେଇଛନ୍ତି, ଏସଟିଏଫ୍ ଡିଆଇଜି ପିନାକ ମିଶ୍ର । ଓଡ଼ିଶାରେ ରହୁଥିବା ଅନୁପ୍ରବେଶକାରୀଙ୍କ ଖୋଜା ଚାଲିଛି ।
ଗତକାଲି ୧୦ ବାଂଲାଦେଶୀଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଗିରଫ କରାଯାଇଥିଲା । ସେମାନେ ବିନା ପାସପୋର୍ଟ ଓ ଭିସାରେ ଯାତ୍ରା କରୁଥିବା ଜାଣିପାରି ଏସଟିଏଫ୍ ସେମାନଙ୍କୁ ଗିରଫ କରିଛି ।
ସେମାନେ ଆସାମର ଡୁବୁରି ଦେଇ ଭାରତରେ ପ୍ରବେଶ କରିଥିବା ଜଣାପଡ଼ିଛି ।