ସୁପ୍ରିମକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହେଲେ ଜଷ୍ଟିସ ବାଗଚୀ, ଅବସର ପୂର୍ବରୁ ହେବେ CJI

ନୂଆଦିଲ୍ଲୀ: ସୋମବାର ଦିନ କୋଲକାତା ହାଇକୋର୍ଟର ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଛି  । ସୁପ୍ରିମକୋର୍ଟ କଲେଜିୟମ ମାର୍ଚ୍ଚ 6 ତାରିଖରେ ତାଙ୍କ ନାମ ପଠାଇଥିଲେ । କଲେଜିୟମ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ୍ ବାଗଚିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତି ଦେବାକୁ ସୁପାରିଶ କରିଥିଲେ ।

ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ତାଙ୍କ ନିଯୁକ୍ତି ବିଷୟରେ ଘୋଷଣା କରିଛନ୍ତି । ଜଷ୍ଟିସ୍ ବାଗଚି ସୁପ୍ରିମକୋର୍ଟରେ ଛଅ ବର୍ଷରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିବେ । ଏହି ସମୟ ମଧ୍ୟରେ ସେ ଭାରତର ମୁଖ୍ୟ ବିଚାରପତି (CJI) ଭାବରେ ମଧ୍ୟ କାର୍ଯ୍ୟ କରିବେ ।

ଜଷ୍ଟିସ୍ ବାଗଚୀଙ୍କ ଜନ୍ମ ୩ ଅକ୍ଟୋବର ୧୯୬୬ରେ ହୋଇଥିଲା । ଜଷ୍ଟିସ୍ ବାଗଚି ୨ ଅକ୍ଟୋବର, ୨୦୩୧ରେ ଅବସର ନେବେ । ଏହା ପୂର୍ବରୁ ସେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ହେବେ । ୨୫ ମଇ, ୨୦୩୧ରେ ଜଷ୍ଟିସ୍ କେଭି ବିଶ୍ୱନାଥନ୍ ମୁଖ୍ୟ ବିଚାରପତି ପଦରୁ ଅବସର ନେବା ପରେ ଜଷ୍ଟିସ୍ ବାଗଚି ଭାରତର ମୁଖ୍ୟ ବିଚାରପତି ହେବେ ।

ଜଷ୍ଟିସ ବାଗଚିଙ୍କୁ ୨୭ ଜୁନ୍ ୨୦୧୧ରେ କଲିକତା ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା । ତାଙ୍କୁ ଜାନୁଆରୀ ୪, ୨୦୨୧ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟକୁ ବଦଳି କରାଯାଇଥିଲା। ପରେ ନଭେମ୍ବର ୮, ୨୦୨୧ରେ ସେ ପୁଣି ଥରେ କଲିକତା ହାଇକୋର୍ଟକୁ ଫେରି ଆସିଥିଲେ ଏବଂ ସେବେଠାରୁ ସେଠାରେ କାର୍ଯ୍ୟରତ ଅଛନ୍ତି ।

ଜଷ୍ଟିସ୍ ବାଗଚି ୧୩ ବର୍ଷରୁ ଅଧିକ ସମୟ ଧରି ହାଇକୋର୍ଟରେ କାର୍ଯ୍ୟ କରିଛନ୍ତି । ଜଷ୍ଟିସ୍ ବାଗଚୀ ଶପଥ ନେବା ପରେ, ସୁପ୍ରିମକୋର୍ଟରେ ମୋଟ 33 ଜଣ ବିଚାରପତି ରହିବେ ।