ରାୟପୁର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗାଡ଼ି ଉପରକୁ ଢେଲାମାଡ଼ ହୋଇଛି । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ଆଜି ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା ।
ଚଢ଼ାଉ ସାରି ଫେରିଲାବେଳେ ଇଡି ଗାଡ଼ି ଉପରକୁ କିଛି ଦୁର୍ବୃତ୍ତ ପଥର ମାଡ଼ କରିଥିଲେ । ଏଥିରେ କୌଣସି ବ୍ୟକ୍ତିଙ୍କୁ ଆଘାତ ଲାଗି ନ ଥିବା ଜଣାପଡ଼ଛି ।
ମନି ଲଣ୍ଡରିଂରେ ଭୂପେଶଙ୍କ ପୁଅଙ୍କ ସମ୍ପୃକ୍ତି ହେବା ନେଇ ଅଭିଯୋଗ ହେବା ପରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା ।
ଭୁପେଶଙ୍କ ବିରୋଧରେ କରାଯାଇଥିବା ଅଭିଯୋଗକୁ କୋର୍ଟ ଖଣ୍ଡନ କରିବା ପରେ ପୁଣି ତାଙ୍କ ଘରେ ଚଢ଼ାଉ କରିବା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପୱନ ଖେରା ।