ଭୁବନେଶ୍ବର: ଦିନ 12ଟାରୁ ଅସମ୍ଭାଳ ତାତି । ଦିନ ସାଢେ 11ଟା ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା 37 ଡିଗ୍ରୀ ଟପିଛି । ସାଢେ 11ଟା ସୁଦ୍ଧା ଝାରସୁଗୁଡ଼ାରେ 37.2 ଡିଗ୍ରୀ ଟପିଲା । କହିରଖୁଛୁ କି, ଗତକାଲି ଏହି ସମୟରେ ଝାରସୁଗୁଡ଼ାରେ ତାପମାତ୍ରା 33.6 ଡିଗ୍ରୀ ରହଥିଲା ।
ତେବେ ଗୋଟିଏ ଦିନ ମଧ୍ୟରେ ତାପମାତ୍ରା 3 ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଚିନ୍ତାର କାରଣ ସାଜିଛି । ତେବେ ପ୍ରଚଣ୍ଡ ଗରମ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଥିଲା ।
2ରୁ 3 ଡିଗ୍ରୀ ତାପମାତ୍ରା ବୃଦ୍ଧି ସହିତ ଆବଶ୍ୟକତା ନଥିଲେ ଘରୁ ନବାହାରିବା ପାଇଁ କୁହାଯାଇଛି । ପ୍ରବଳ ଗୁଳୁଗୁଳି ହେବା ନେଇ ମଧ୍ୟ ପାଣିପାଗ ବିଭାଗ ଅନୁମାନ କରିଛି ।
ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି । ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର ଓ ସମ୍ବଲପୁରକୁ ମଧ୍ୟ ଆଲର୍ଟ କରାଯାଇଛି ।
ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ହେବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ବୈଶାଖ ନହେଉଣୁ 40 ଆଉ ଆଗରୁ କେତେ ବୋଲି ଲୋକେ ଚିନ୍ତାରେ ରହିଛନ୍ତି ।