Breaking: ସରିଲା ଉତ୍ତମଙ୍କ ୧୧ କର୍ମକାର୍ଯ୍ୟ, ଅସ୍ଥି ନେଇ ଶ୍ୱେତଗଙ୍ଗାରେ ବିସର୍ଜନ କଲେ ବାବୁଶାନ୍

ଅଭିନେତା ଉତ୍ତମ ମହାନ୍ତିଙ୍କ ସମସ୍ତ କର୍ମକାର୍ଯ୍ୟ ସମାପ୍ତ ହୋଇଛି। ଆଜି ପୁରୀ ଯାଇ ଶ୍ୱେତଗଙ୍ଗାରେ ଅସ୍ଥି ବିସର୍ଜନ କରିଛନ୍ତି ବାବୁଶାନ୍ ମହାନ୍ତି। ଆଉ ସାଙ୍ଗରେ ପିଣ୍ଡ ଦେଇଛନ୍ତି ସ୍ତ୍ରୀ ତୃପ୍ତି।

 ପୁରୀ: ସରିଲା କର୍ମ କାର୍ଯ୍ୟ। ପୁରୀରେ ପହଞ୍ଚିଲେ ଅଭିନେତା ଉତ୍ତମ ମହାନ୍ତିଙ୍କ ପରିବାର। ଏକାଦଶାହ କାର୍ଯ୍ୟ ସମାପ୍ତ ହେବା ପରେ ପୁରୀ ଯାଇ ବାପାଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ ବାବୁଶାନ୍ ମହାନ୍ତି। ସାଙ୍ଗରେ ଅଛନ୍ତି ବୋହୂ ତୃପ୍ତି।

ହଁ ଆଜି ପୁରୀ ଯାଇ ଶ୍ୱେତଗଙ୍ଗାରେ ଉତ୍ତମଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ ବାବୁଶାନ ମହାନ୍ତି। ଅସ୍ଥି ବସର୍ଜନ ପୂର୍ବରୁ ଶ୍ୱେତଗଙ୍ଗା କୂଳରେ ପିଣ୍ଡ ମଧ୍ୟ ପକାଇଛନ୍ତି। ଆଉ ବାପାଙ୍କୁ ପିଣ୍ଡଦାନ ବେଳେ ବାବୁଶାନଙ୍କ ସାଙ୍ଗରେ ମଧ୍ୟ ସ୍ତ୍ରୀ ତୃପ୍ତି ବସିଛନ୍ତି।

ଉଭୟ ଉତ୍ତମଙ୍କୁ ପିଣ୍ଡଦାନ କରିଛନ୍ତି। ପରେ ଅସ୍ଥି ନେଇ ଶ୍ୱେତଗଙ୍ଗାରେ ଭସାଇ ଦେଇଛନ୍ତି ବାବୁଶାନ। ଏହାସହ ଶ୍ୱେତଗଙ୍ଗାରେ ବୁଡ଼ ପକାଇ ବାପାଙ୍କ ଆତ୍ମାର ଶାନ୍ତି ନିମନ୍ତେ ପ୍ରାର୍ଥନା ମଧ୍ୟ କରିଛନ୍ତି। ତେବେ ଅଭିନେତା ଉତ୍ତମ ମହାନ୍ତିଙ୍କ ମୃତ୍ୟୁକୁ ଆଜକୁ ୧୫ ଦିନ ପୁରିଛି। ଆଉ ସମସ୍ତ କର୍ମକାର୍ଯ୍ୟ ସମାପ୍ତ କରିଛନ୍ତି ପୁଅ ବୋହୂ।