(Video) ତାରାଙ୍କୁ ନିଲମ୍ବନ ନେଇ ରାଗିଗଲେ ସୁର ରାଉତରାୟ, କହିଲେ ମୋ ସହ ହେଲେ ମୁଁ ଦାନ୍ତ ଭାଙ୍ଗି ଦେଇଥାନ୍ତି
ତାରାଙ୍କ ସସ୍ପେଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ।
ଭୁବନେଶ୍ବର: ବିଧାନସଭାରୁ 7ଦିନ ପାଇଁ ନିଲମ୍ବନ ହୋଇଛନ୍ତି ତାରା ବାହିନୀପତି । ତେବେ ଏହାକୁ କଂଗ୍ରେସ କର୍ମୀ ବିରୋଧ କରିଛନ୍ତି । ବିଜେଡି ମଧ୍ୟ କଂଗ୍ରେସ ସପୋର୍ଟରେ ବାହାରିଛି । ତେବେ ନିଲମ୍ବନ ନହଟିଲା ଯାଏଁ କେହି କଂଗ୍ରେସ ବିଧାୟକ ବିଧାନସଭାକୁ ଯିବେ ନାହିଁ ବୋଲି ବୟକଟ କରିଛି କଂଗ୍ରେସ । ଏହାକୁ ନେଇ ସୁର ରାଉତରାୟ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ମୋ ସହ ଏଭଳି ହୋଇଥିଲେ ମୁଁ ଜୟନାରାୟଣଙ୍କ ଆଗ ଦାନ୍ତ କାଢି ପକେଟରେ ପୁରାଇ ଦେଇଥାନ୍ତି ବୋଲି ସେ କହିଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ସୁର କହିଛନ୍ତି, ଗୃହରେ ଜୟନାରାୟଣ ତାରାଙ୍କୁ ଠେଲିଲେ ମାଡ ମାରିଲେ କିନ୍ତୁ ତାରାଙ୍କୁ ସସପେଣ୍ଡ କରାଗଲା । ଏହା ଘୋର ଅନ୍ୟାୟ । ବାଚସ୍ପତି ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ନିନ୍ଦା କରୁଛି ବୋଲି ସୁର କହିଛନ୍ତି ।
ବିଧାୟକଙ୍କ ପ୍ରତି ଘୋର ଅନ୍ୟାୟ ହୋଇଛି । ଗୃହରେ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ କାହିଁକି କରୁଛ । କଂଗ୍ରେସ ଏହାର ଜବାବ ଦେବ । ତମର ଯଦି ମନ୍ତ୍ରୀ ହେବାର ଅଛି ତେବେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କର। ବିଜେପିର ପତନ ଆସିଗଲାଣି । ଜନତା ଦେଖିବେ ଅଳ୍ପ ଦିନ ଭିତରେ ସରକାରରୁ ବିଦାୟ ନେବ ବିଜେପି ।
ପ୍ରକାଶଥାଉକି, କଂଗ୍ରେସ ବିଧାୟକ ତାରା ବାହାନୀପତି ଓ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ । ଗୃହରେ ଏପରିକି ଗାଳିଗୁଲଜ ମଧ୍ୟ କରିଥିଲେ । ଏହାପରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ ରଖିବା ସହିତ ତାରାଙ୍କୁ ନିଲମ୍ବିତ କରିଥିଲେ ।