ସାମାନ୍ୟ ମଟନ୍ ତରକାରୀ ପାଇଁ ସ୍ତ୍ରୀ ଜୀବନ ନେଇଗଲା ରାକ୍ଷସ ସ୍ୱାମୀ
ମଟନ ତରକାରୀ ସାଜିଲା କାଳ । ରୋଷେଇ କରିବାକୁ ମନା କରିବାରୁ ଜୀବନ ଚାଲିଗଲା ।
ତେଲଙ୍ଗାନା: ତେଲଙ୍ଗାନାର ମହବୁବାବାଦରେ ବୁଧବାର ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀକୁ ହତ୍ୟା କରିଛି ନିର୍ଦ୍ଦୟ ସ୍ୱାମୀ । ତା’ପୁଣି ମଟନ୍ ତରକାରୀ ପାଇଁ ।
ମନା କରିବା ହେଲା କାଳ: ସାମାନ୍ୟ ମଟନ୍ ତରକାରୀ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତା ମାଲୋଥ କଳାବତୀଙ୍କ ମା’ଙ୍କ ବୟାନ ଅନୁସାରେ, ଘରେ କେହି ନ ଥିବାବେଳେ କଳାବତୀ ଓ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।
ଫେରାର୍ ସ୍ୱାମୀ: ମଟନ ତରକାରୀ କରିବାକୁ କଳାବତୀ ମନା କରିବରୁ, ସ୍ୱାମୀ ରାଗିଯାଇଥିଲେ ଏବଂ ନିଜ ରାଗ ଉପରେ ଆୟତ୍ତ ହରାଇ ସେ କଳାବତୀଙ୍କୁ ଜୀବନରୁ ମାରି ଦେଇଥିବା କୁହାଯାଉଛି ।
ଖୋଜୁଛି ପୋଲିସ: ଘଟଣା ସ୍ଥଳରୁ ସ୍ୱାମୀ ଫେରାର୍ ଥିବାବେଳେ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଯାଇଛି । ସେପଟେ ଅଭିଯୁକ୍ତ ସ୍ୱାମୀକୁ ଧରିବା ପାଇଁ ପୋଲିସ ପକ୍ଷରୁ ସନ୍ଧାନ ଜାରି ରହିଛି ।