ଅସ୍ତ୍ରବିରତି ପ୍ରସ୍ତାବକୁ ପୁଟିନଙ୍କ ସମର୍ଥନ, କିନ୍ତୁ ରଖିଲେ ଏହି ସର୍ତ୍ତ

ଶତ୍ରୁତା ସମାପ୍ତ କରିବା ପ୍ରସ୍ତାବରେ ମୁଁ ରାଜି ବୋଲି କହିଲେ ପୁଟିନ ।

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ 30 ଦିନିଆ ଯୁଦ୍ଧବିରତି ଲାଗି ଆମେରିକାର ପ୍ରସ୍ତାବ ଉପରେ ୟୁକ୍ରେନ ରାଜି ହୋଇଛି । ତେବେ ଅସ୍ଥାୟୀ ନୁହେଁ ଏହା ସ୍ଥାୟୀ ହେବା ଆବଶ୍ୟକ ବୋଲି ପୁଟିନ କହିଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ କହିଛନ୍ତି, ଆମେରିକା ଯେଉଁ ପ୍ରସ୍ତାବ ଦେଇଛି ସେଥିରେ ଆମେ ରାଜି କିନ୍ତୁ ଏହା ସ୍ଥାୟୀ ହେବା ଆବଶ୍ୟକ ।

ବେଲାରୁଷ ରାଷ୍ଟ୍ରପତିଙ୍କ ସହିତ କଥା ହେବା ପରେ ପୁଟିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦୀର୍ଘସ୍ଥାୟୀ ଶାନ୍ତି ଏବଂ ସଂଘର୍ଷର ମୂଳ କାରଣରୁ ବୁଝିବା ଦରକାର ।

ଶତ୍ରୁତା ଶେଷ କରିବା ପାଇଁ ଆମେରିକା ଯେଉଁ ପ୍ରସ୍ତାବ ଦେଇଛି ସେଥିରେ ଆମେ ସହମତ । ତେବେ ଆମେରିକା ସହିତ ତିକ୍ତତା ନକରିବା ପାଇଁ ଋଷ ରାଜି ହୋଇଥିବା କୁହାଯାଉଛି ।

ତେବେ ଆମେରିକାର ଯୁଦ୍ଧବିରତି ସର୍ତ୍ତରେ ଋଷ ରାଜି ହେବା ପରେ ଟ୍ରମ୍ପ ଏହାକୁ ସ୍ବାଗତ କରିଛନ୍ତି । ଋଷ ଏଦିଗରେ ଆଗକୁ ବଢିବ ବୋଲି ଆଶା ରଖିଥିବା କହିଛନ୍ତି ଟ୍ରମ୍ପ

। ଯଦି ଯୁଦ୍ଧ ଲାଗି ରୁହେ ଲକ୍ଷଲକ୍ଷ ଲୋକେ ମରିଯିବେ । ତେଣୁ ଏହା ଜରୁରୀ ଥିଲା ବୋଲି ଟ୍ରମ୍ପ କହିଛନ୍ତି ।