(Video) ଜଣେ ମହିଳା ୧୦ ଜଣଙ୍କୁ ବାହା ହୋଇପାରିବେ, ଉତ୍ତର ଭାରତକୁ ନେଇ ଏମିତି କହିଲେ ତାମିଲନାଡ଼ୁ ମନ୍ତ୍ରୀ
ତାମିଲନାଡ଼ୁ ମନ୍ତ୍ରୀଙ୍କ ବିବାଦୀୟ ବୟାନ । ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଚୁପ୍ ।
ଚେନ୍ନାଇ: ସୀମାପୁନଃ ନିର୍ଦ୍ଧାରଣ ବିବାଦ ଭିତରେ ତାମିଲନାଡ଼ୁ ମନ୍ତ୍ରୀ ଦୁରାଇ ମୁରୁଗାନଙ୍କ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏକ ସାଧାରଣ ସଭାରେ ମୁମୁଗାନ୍ ଯୋଗ ଦେଇ କହିଛନ୍ତି, ଉତ୍ତର ଭାରତ ଲୋକମାନେ ଘୁଷୁରି ।
ଏଥିସହ ସେ ଆଉ ମଧ୍ୟ କହିଛନ୍ତି, ଉତ୍ତର ଭାରତ ସଂସ୍କୃତିରେ ବହୁ ପତି/ ପତ୍ନୀ ପ୍ରଥା ରହିଛି । ତାମିଲନାଡ଼ୁ ସଂସ୍କୃତିରେ ଏପରି ନାହିଁ । ଯେଉଁମାନେ ତାମିଲଙ୍କୁ ଅପମାନ ଦେଇଛନ୍ତି ସେମାନଙ୍କ ଜିଭ କାଟିଦିଆଯିବ ।
ମହାଭାରତ ସହ ତୁଳନା କରି ସେ କହିଛଡ଼୍ତି, ଉତ୍ତର ଭାରତୀୟ ମହିଳାମାନେ ୫ରୁ ୧୦ ପୁରୁଷଙ୍କୁ ବିବାହ କରିପାରିବେ । ଏହା ସେମାନଙ୍କ ସଂସ୍କୃତି । ଜଣେ ଗଲେ ଆଉ ଜଣେ ଆସିବ । କିନ୍ତୁ ଆମ ସଂସ୍କୃତିରେ ଜଣେ ପୁରୁଷ ଜଣେ ମହିଳାଙ୍କୁ ହିଁ ବିବାହ କରିବ ।
କେନ୍ଦ୍ରରେ କଂଗ୍ରେସ କିମ୍ବା ଅନ୍ୟ ଯେ କେହି ବି ଶାସନ କରିଛନ୍ତି ସମସ୍ତେ ଆମକୁ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ କହିଛନ୍ତି । ଆମେ ତାହା ମାନିଛୁ ଏବଂ ଜନସଂଖ୍ୟା କମାଇଛୁ । କିନ୍ତୁ ଉତ୍ତର ଭାରତରେ ଜନସଂଖ୍ୟା କେବେ କମିନି ।
ମୁରୁଗାନଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭାଜପା ନେତା ଅମର ପ୍ରସାଦ ରେଡ୍ଡୀ । ସେ କହିଛନ୍ତି, ଉତ୍ତର ଭାରତ ପାଇଁ ଡିଏମକେର ଏହା ଘୃଣା ମନୋଭାବ । ପୂରା ଉତ୍ତର ଭାରତକୁ ଷ୍ଟାନିଲ କ୍ଷମା ମାଗିବା ଉଚିତ୍ । ଏଭଳି ନିନ୍ଦନୀୟ ବୟାନ କେବେବି ଗ୍ରହଣୀୟ ନୁହେଁ । ତେବେ ନିଜ ମନ୍ତ୍ରୀଙ୍କ ଏ ପ୍ରକାର ଆପତ୍ତିଜନକ ବୟାନକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ଷ୍ଟାଲିନ୍ ।
CM @mkstalin must apologize to our North Indian brothers and sisters!
DMK’s senior-most leader and Minister Duraimurugan has insulted them by calling them pigs. This kind of derogatory remark is unacceptable and exposes DMK’s deep-seated hatred.
Stalin’s silence is proof of his… pic.twitter.com/IcOkIKoQ4f
— Amar Prasad Reddy (@amarprasadreddy) March 12, 2025