Breaking: ଦୋଳବେଦୀକୁ ବିଜେ କରିବେ ମହାପ୍ରଭୁ, ମନ୍ଦିର ଭିତରେ ହେବ ସୁନାବେଶ

ପୁରୀ: ଦୋଳ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସୁନାବେଶ ।

ଦୋଳବେଦୀକୁ ବିଜେ କରିବେ ମହାପ୍ରଭୁ । ଆଜି ଭକ୍ତଙ୍କ ସହ ଫଗୁ, ଅବିର ଖେଲିବେ ମହାପ୍ରଭୁ ।

ଦୋଳବେଦୀରେ ମହାପ୍ରଭୁ ଗୋବିନ୍ଦଙ୍କୁ ଦର୍ଶନ କଲେ ଅକ୍ଷୟ ପୁଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଶ୍ରୀମନ୍ଦିର ଭିତରେ ବର୍ଷକୁ ୪ଥର ମହାପ୍ରଭୁଙ୍କ ସୁନାବେଶ କରାଯାଉଥିବାବେଳେ ଆଜି ମଧ୍ୟ ପ୍ରଭୁଙ୍କୁ ସୁନାବେଶ କରାଯିବ ।

ତେବେ ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ସରିଥିବାବେଳେ ମନ୍ଦିରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।