Holi 2025: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ, ମୋହନ ମାଝୀ କହିଲେ..
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏହି ଅବସରରେ ଛୁଟୁଛି ଶୁଭେଚ୍ଛାର ସୁଅ ।
ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲି, ଆଜି ସାରା ଦେଶରେ ପାଳିତ ହେଉଛି । ରଙ୍ଗ ଲେକେ ଖେଲଦେ ଗିତଠୁ ନେଇ ଅବୀର ବୋଳାବୋଳି ପଣା ପିଇ ସମସ୍ତେ ହୋଲି ସେଲିବ୍ରେଟ କରୁଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତା ଦେଶବାସୀଙ୍କୁ ହୋଲିର ଅଭିନନ୍ଦନ ଜଣାଇଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ପ୍ଲାଟଫର୍ମ ହୋଲିରେ ଲେଖିଛନ୍ତି, “ରଙ୍ଗର ପର୍ବ ହୋଲିର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆନନ୍ଦର ଏହି ପର୍ବ ଏକତା, ପ୍ରେମ ଏବଂ ସଦ୍ଭାବର ବାର୍ତ୍ତା ଦିଏ। ଏହି ପର୍ବ ଭାରତର ମୂଲ୍ୟବାନ ସାଂସ୍କୃତିକ ଐତିହ୍ୟର ମଧ୍ୟ ପ୍ରତୀକ । ଆସନ୍ତୁ, ଏହି ପବିତ୍ର ଅବସରରେ ଆମେ ସମସ୍ତେ ଭାରତ ମାତାର ସମସ୍ତ ସନ୍ତାନଙ୍କ ଜୀବନରେ ନିରନ୍ତର ପ୍ରଗତି, ସମୃଦ୍ଧି ଏବଂ ଖୁସିର ରଙ୍ଗ ଆଣିବା ପାଇଁ ପ୍ରତିଜ୍ଞା କରିବା।”
ସେହିପରି ପ୍ରଧାନମନ୍ତ୍ରୀ ଗତକାଲି ଠାରୁ ଦେଶବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ସମସ୍ତଙ୍କୁ ହୋଲିର ବହୁତ ବହୁତ ଶୁଭକାମନା। ଆନନ୍ଦ ଏବଂ ଖୁସିରେ ପରିପୂର୍ଣ୍ଣ ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ ଏବଂ ଶକ୍ତି ସଞ୍ଚାର କରୁ ଏବଂ ଦେଶବାସୀଙ୍କ ଏକତାର ରଙ୍ଗକୁ ଆହୁରି ଗଭୀର କରୁ।
ସେହିପରି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଦୋଳ ଗୋବିନ୍ଦଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ ।