American Airlines: ଆମେରିକୀୟ ଏୟାରଲାଇନ୍ସ ବିମାନରେ ଅଗ୍ନିକାଣ୍ଡ, ରହିଥିଲେ 6 କ୍ରୁ ସଦସ୍ୟଙ୍କ ସମେତ 178 ଯାତ୍ରୀ
ଆମେରିକୀୟ ବିମାନର ଇଞ୍ଜିନରେ ହଠାତ୍ ନିଆଁ । ବିମାନରେ ୧୭୮ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ ।
ନୂଆଦିଲ୍ଲୀ: ଆମେରିକାର ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକୀୟ ଏୟାରଲାଇନ୍ସ ଫ୍ଲାଇଟ୍ ୧୦୦୬ର ଏକ ଇଞ୍ଜିନରେ ନିଆଁ । ବିମାନଟି ଡାଲାସ୍ ଫୋର୍ଟ ୱର୍ଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଡ଼ାଣ କରିବା ନେଇ ସ୍ଥିର ହୋଇଥିଲା । କିନ୍ତୁ ଇଞ୍ଜିନ୍ ସମସ୍ୟା ଯୋଗୁଁ ଏହାକୁ ଡେନଭରକୁ ସ୍ଥାନାନ୍ତରିତ କରାଯାଇଥିଲା।
ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା, କିନ୍ତୁ ଗେଟ୍ C-38 ରେ ପାର୍କିଂ କରିବା ପରେ ଇଞ୍ଜିନରୁ ଧୂଆଁ ବାହାରିବାକୁ ଲାଗିଲା, ଯାହା ଫଳରେ ଯାତ୍ରୀମାନଙ୍କୁ ତୁରନ୍ତ ବାହାରକୁ ସ୍ଥାନାନ୍ତର କରାଯାଇଥିଲା।
ବିମାନବନ୍ଦର ଅଧିକାରୀ ଏବଂ ଆମେରିକୀୟ ଏୟାରଲାଇନ୍ସର ବୟାନ ଅନୁଯାୟୀ, ବିମାନ ଅବତରଣ କରିବା ପରେ ଟାରମାକ୍ ଉପରେ ଘନ କଳା ଧୂଆଁ ଉଠିବା ଆରମ୍ଭ ହୋଇଥିଲା। ଘଟଣା ସମୟରେ ବିମାନରେ ୧୭୨ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ଥିଲେ। ସମସ୍ତଙ୍କୁ ତୁରନ୍ତ ବିମାନରୁ ସୁରକ୍ଷିତ ଭାବରେ ବାହାର କରାଯାଇ ଟର୍ମିନାଲକୁ ନିଆଯାଇଥିଲା।
ଆମେରିକା ଏୟାରଲାଇନ୍ସର ବୟାନ- ଆମେରିକୀୟ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, “ଏହି ଘଟଣାରେ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ଆମର କ୍ରୁ ସଦସ୍ୟ, ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦର ଟିମ୍ ଏବଂ ଉଦ୍ଧାର ଦଳକୁ ଧନ୍ୟବାଦ ଜଣାଉଛୁ ।”
ବିମାନ ଟେକନିକରେ ସମସ୍ୟା- ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଅନୁଯାୟୀ, ଆମେରିକୀୟ ଏୟାରଲାଇନ୍ସ ଫ୍ଲାଇଟ୍ 1006 କଲୋରାଡୋ ସ୍ପ୍ରିଙ୍ଗ୍ସରୁ ଡାଲାସ୍ ଫୋର୍ଟ ୱର୍ଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଡ଼ାଣ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଇଞ୍ଜିନ୍ ସମସ୍ୟା ଯୋଗୁଁ ଏହାକୁ ଡେନଭର ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଇଥିଲା।