ରାଜା ଚକ୍ର ମାମଲାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ‘ଆମ ସରକାର କାହାକୁ ଛାଡ଼ିନାହାନ୍ତି କି ଛାଡ଼ିବେନି’

ରାଜା ଚକ୍ରଙ୍କ ଲିଙ୍କ୍‌ରେ ଅନେକ ବଡ଼ବଡ଼ିଆଙ୍କ ସଂପୃକ୍ତି ।

ଭୁବନେଶ୍ବର: କୋର୍ଟରେ ହାଜର ହେଲେ ବିଜେଡି ନେତା ରାଜା ଚକ୍ର । ଇଓଡବ୍ଲୁ ବାଲେଶ୍ବର କୋର୍ଟରେ ତାଙ୍କୁ ହାଜର କରିଥିଲା । 19 ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ରାଜାଚକ୍ର । ତେବେ ରାଜାଙ୍କର ଜାମିନ କିମ୍ବା ରିମାଣ୍ଡ ଆବେଦନ ହୋଇନାହିଁ । କୋର୍ଟରେ ହାଜର ହେବା ପରେ ପୁଣିଥରେ ଜେଲ୍ ଗଲେ ରାଜା ଚକ୍ର ।

ପ୍ରକାଶଥାଉକି, ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତିରେ ଗିରଫ ହୋଇଛନ୍ତି ରାଜା ଚକ୍ର । ତେବେ ଏହି  ମାମଲାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ପ୍ରତିକ୍ରିୟା ଦେଇଛନ୍ତି ।

ରାଜା ଚକ୍ରଙ୍କ ଲିଙ୍କ୍‌ରେ ଅନେକ ବଡ଼ବଡ଼ିଆଙ୍କ ସଂପୃକ୍ତି ରହିଛି । କାଲି ବଦ୍ରି ପାତ୍ର କହିସାରିଛନ୍ତି, ଲିଙ୍କ୍‌ରେ ଯିଏ ବି ଅଛନ୍ତି ଛଡ଼ାଯିବନି ।

ଆଇନ୍ ଅନୁସାରେ କାହାକୁ ଛଡ଼ାଯିବନି, ସମସ୍ତେ ବନ୍ଧା ହେବେ । ଆମ ସରକାର କାହାକୁ ଛାଡ଼ିନାହାନ୍ତି କି ଛାଡ଼ିବେନି ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ରାଜା ଚକ୍ରଙ୍କର ୪୨ଟି ଗାଡ଼ି, ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ ଜବତ ହେବା ସହିତ ଏକାଧିକ ଆକାଉଣ୍ଟକୁ ମଧ୍ୟ ଅଚଳ କରି ଦିଆଯାଇଛି ।