(video) Breaking: ବିବାହ କଲେ ପ୍ରଦୀପ, ରାଗିଗଲେ ଜାତିଭାଇ, ସମାଜରୁ କରିଦେଲେ ବାସନ୍ଦ
ଏବେବି ବଞ୍ଚି ରହିଛି ସମାଜରେ କୁସଂସ୍କାର ଆଉ ଜାତିଭେଦ। ଯାହାର ଜ୍ୱଳନ୍ତ ଉଦାହରଣ ବିଜେଡି ନେତା ପ୍ରଦୀପ ମାଝୀ। ଅଣଆଦିବାସୀ ଝିଅକୁ ବିବାହ କଲେ ବୋଲି ତାଙ୍କୁ ତାଙ୍କ ଜାତିଭାଇ ବାସନ୍ଦ କରିଛନ୍ତି।
ଭୁବନେଶ୍ୱର: ଏବେବି ସମାଜରେ ବଞ୍ଚିରହିଛି ଜାତିଭେଦ, କୁସଂସ୍କାର। ଯାହାର ଶିକାର କେବଳ ସାଧାରଣ ଲୋକ ନୁହେଁ ନେତା ବି ହେଉଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବିଜେଡିର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଯିଏକି ଗତ ୧୨ ତାରିଖ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ପୂର୍ବରୁ ହୁଏତ ଆପଣମାନେ ଶୁଣିଥିବେ ଜାତିଭେଦ କଥା। ଯାହାକି ସାଧାରଣତଃ ଗାଁ ଗାଉଁଲିରେ ଅଧିକ ଦେଖିବାକୁ ମିଳେ। ଜଣେ ଯଦି ନିଜ ଜାତି ଛଡ଼ା ଅନ୍ୟ ଜାତିରେ ବିବାହ କରେ ତାକୁ ଜାତିଭେଦର ଶିକାର ହେବାକୁ ପଡେ। ଯଦିଓ ଏହି ଘଟଣା ପୂର୍ବରୁ ପ୍ରାୟ ଜାଗାରେ ଦେଖିବାକୁ ମିଳୁଥିଲା।
ହେଲେ ଏବେକା ଦିନରେ କାଁ ଭାଁ କେଉଁଠି ଏହି କୁସଂସ୍କାର ଏବ ବି ଲୁଚି ରହିଛି। ଯାହା ପ୍ରଦୀପ ମାଝୀଙ୍କ କ୍ଷେତ୍ରରେ ଘଟିବା ପରେ ସାମ୍ନାକୁ ଆସିଛି। ଅଣ ଆଦିବାସୀ ଝିଅକୁ ବିବାହ କରିବାରୁ ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ବାସନ୍ଦ କରାଯାଇଛି।
ବିଜେଡି ନେତା ପ୍ରଦୀପ ମାଝୀ ଭତରା ସମାଜରୁ ବାସନ୍ଦ ହୋଇଛନ୍ତି। ତାଙ୍କୁ ୧୨ ବର୍ଷ ପାଇଁ ବାସନ୍ଦ କଲା ଭତରା ସମାଜର କେନ୍ଦ୍ରୀୟ କମିଟି। ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ବାସନ୍ଦ ନିଷ୍ପତ୍ତି ଶୁଣାଇଛି ଭତରା ସମାଜର କେନ୍ଦ୍ରୀୟ କମିଟି।
ଧାମନାଗୁଡ଼ା ବୈଠକରେ କେନ୍ଦ୍ରୀୟ କମିଟିର ନିଷ୍ପତ୍ତି ହୋଇଛି। ପୂର୍ବରୁ ମଧ୍ୟ ପ୍ରଦୀପଙ୍କ ଭଉଣୀ ଅନ୍ୟ ଜାତିରେ ବିବାହ କରିଥିଲେ। ଆଉ ଏବେ ଯେତେବେଳେ ପ୍ରଦୀପ ଅଣଆଦିବାସୀ ଝିଅକୁ ବିବାହ କରିଛନ୍ତି ତାଙ୍କୁ ଜାତିଭାଇ ବାସନ୍ଦ କରିଛନ୍ତି। ହେଲେ ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।