Breaking: ରାଜଧାନୀରେ ଝୁଲୁଛି ୨ ମୃତଦେହ, ସମ୍ପର୍କରେ ଦୁହେଁ ସ୍ୱାମୀ-ସ୍ତ୍ରୀ
ବନ୍ଦ ଘରେ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ। କିପରି ହେଲା ମୃତ୍ୟୁ। ଭୁବନେଶ୍ୱରରେ ସକାଳୁ ସକାଳୁ ଚାଞ୍ଚଲ୍ୟ।
ଭୁବନେଶ୍ୱର:ରାଜଧାନୀରେ ଝୁଲୁଛି ୨ ମୃତଦେହ। ଝୁଲନ୍ତା ଆବସ୍ଥାରେ ଘର ଭିତରୁ ୨ ମୃତଦେହ ଉଦ୍ଧାର। ଜଣେ ପୁରୁଷ ଓ ଜଣେ ମହିଳା। ସୂଚନାନୁସାରେ, ଦୁହେଁ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ। ମୃତକ ୩୦ ବର୍ଷୀୟ କୁମାର ଜିତେନ।
ମୃତ ମହିଳା ଜଣଙ୍କ ଜିତେନର ଦ୍ୱିତୀୟ ସ୍ତ୍ରୀ ବୋଲି ସୂଚନା ମିଳିଛି। ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି। ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରୁ ଦୁଇଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
ପେଶାରେ ଜିତେନ ଜଣେ ଅଟୋ ଡ୍ରାଇଭର। ହେଲେ କିପରି ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ହେଲା ତାହା ଏବେ ଯାଏଁ ଅସ୍ପଷ୍ଟ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ବି ସସପେନ୍ସ। ଘଟଣସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବହୁଶୀଘ୍ର ଏହି ଘଟଣାର ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି।