Breaking: ହୋଲି ପାଲଟିଲା ପରିବାର ପାଇଁ ଅଶୁଭ, ବାପା-ମାଆ ସହ ଚାଲିଗଲା ପୁଅର ଜୀବନ

ସକାଳୁ ସକାଳୁ ହୋଲିରେ ଘଟିଗଲା ବଡ଼ ଅଘଟଣ। କେତେ ଖୁସିରେ ଘରୁ ବାହାରିଥିଲେ ପରିବାର। ହେଲେ ରାସ୍ତାରେ ଏକା ସାଙ୍ଗରେ ଚାଲିଗଲା ପରିବାରର ୩ ଜୀବନ।

କେନ୍ଦୁଝର: ହୋଲି ପାଲଟିଲା ଅଶୁଭ। ଗୋଟେ ପଟେ ଛୋଟରୁ ବଡ଼ ସମସ୍ତେ ହୋଲି ଅବସରରେ ଖୁସି ମନାଉଥିବା ବେଳେ, ଅନ୍ୟପଟେ ଗୋଟିଏ ପରିବାର ପୁରାପୁରି ନିଶ୍ଚିହ୍ନ ଜହୋଇଯାଇଛି। ଯେପରି ମନେ ହେଉଛି ଚଳିତ ବର୍ଷ ହୋଲି ସେମାନଙ୍କ ପାଇଁ ଅଶୁଭ ହୋଇ ଆସିଥିଲା।

ସେଥିପାଇଁ ତ ସକାଳୁ ସକାଳୁ ଏକା ସାଙ୍ଗରେ ବାପା-ମାଆ ସହ ପୁଅର ବି ଜୀବନ ଚାଲିଗଲା। କିଏ ଜାଣିଥିଲା ଏପରି ଅଘଟଣ ଘଟିବ ବୋଲି। ସମସ୍ତଙ୍କ ପରି ସେମାନେ ବି ହୋଲିରେ କେତେ ମଜା ମସ୍ତି କରିବେ ବୋଲି ଭାବିଥିଲେ।

ସେଥିପାଇଁ ସକାଳୁ ସକାଳୁ ବାଇକ୍ ଯୋଗେ ଘରୁ ବାହାରିଥିଲେ। ହେଲେ ବାଟରେ ଜଗି ବସିଥିଲା ଯମ। ବାପା-ମାଆଙ୍କ ସହ ପୁଅର ବି ଜୀବନ ନେଇଗଲା। ହୋଲି ଖେଳିବା ଆଶାରେ ରହିଗଲା। ଆଉ ସେଇ ହୋଲି ତାଙ୍କ ପାଇଁ ଅଶୁଭ ପାଲଟିଲା।

ହଁ ଟ୍ରକ ଧକ୍କାରେ ଚାଲିଗଲା ବାପା,ମାଆ ସହ ପୁଅର ଜୀବନ। କେନ୍ଦୁଝର ଚମ୍ପୁଆ ଥାନା ଦୋଳିତା ଛକ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ। ଫଳରେ ମର୍ମନ୍ତୁଦ ଦୁର୍ଘଟଣାରେ  ଗୋଟିଏ ପରିବାରର ଚାଲିଗଲା ୩ ଜୀବନ। ସାନନଈ ଗାଁରୁ ଦୋଳିତାକୁ ବାଇକରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି।

ପରେ ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ ଦେଖା ଦେଇଛି। ସ୍ଥାନୀୟ ଲୋକ ରାସ୍ତାରୋକ କରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି। ହେଲେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଘଟଣାସ୍ଥଲରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।