Breaking: କଟକରେ ଫୁଟିଲା ଗୁଳି, ଗଡ଼ିଲା ମୁଣ୍ଡ

କଟକ ୪୨ ମୌଜାରେ ଗୁଳିକାଣ୍ଡ। ଦୁର୍ବୃତ୍ତଙ୍କ ଗୁଳି କାଣ୍ଡରେ ଟଳି ପଡିଲେ ଯୁବକ।

କଟକ: କଟକରେ ଫୁଟିଲା ଗୁଳି। ଟଳି ପଡିଲେ ଯୁବକ। ନିକଟରେ ଯେଉଁ କଟକ ୪୨ ମୌଜା ଅଞ୍ଚଳରୁ ବନ୍ଧୁକ କାରଖାନା ଚିହ୍ନଟ ହୋଇଥିଲା। ସେହି ଏରିଆରେ ଫୁଟିଛି ଗୁଳି। ଆଉ ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ମଧ୍ୟ ହୋଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଗୁଳିକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ମୃତକ ଜଗତସିଂହପୁର ଜିଲ୍ଲା ବିରାଙ୍ଗ ଅଞ୍ଚଳର ବିକାଶ ମହାନ୍ତି ହୋଇଥିବା ଜଣାପଡ଼ିଛି। ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି।

ହେଲେ ହତ୍ୟାକାଣ୍ଡ ଘଟାଇଥିବା ସମସ୍ତ ଅଭିଯୁକ୍ତକୁ ପୋଲିସ ହେପାଜତକୁ ନେବା ସହ ବନ୍ଧୁକ ମଧ୍ୟ ଜବତ କରିଛି। ସାଇଣ୍ଟିଫିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ପୂର୍ବ ଶତ୍ରୁତାରୁ ଏପରି ଗୁଳିକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ହେଲେ ପ୍ରକୃତ ସତ ଏବେ ଯାଏଁ ସାମ୍ନାକୁ ଆସିନାହିଁ। ଅଧିକ ତଦନ୍ତ ଜାରି ରହିଛି।