ଖୁବଶୀଘ୍ର ଶିମିଳିପାଳକୁ ମିଳିପାରେ ଜାତୀୟ ଉଦ୍ୟାନ ମାନ୍ୟତା, ବାଘ ସଂଖ୍ୟା ବଢାଇବାକୁ ଆସିବ ପାଣ୍ଠି

845 ବର୍ଗ କିମି କୋର ଅଞ୍ଚଳକୁ ମିଳିବ ଜାତୀୟ ଉଦ୍ୟାନ ମାନ୍ୟତା ।

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଆସିବ ବିଧିବଦ୍ଧ ବିଜ୍ଞପ୍ତି । ଖୁବଶୀଘ୍ର ଶିମିଳିପାଳକୁ ମିଳିବ ଜାତୀୟ ଉଦ୍ୟାନ ମାନ୍ୟତା ।

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସବୁଠୁ ଅଧିକ ରହିଛନ୍ତି । ଶିମିଳିପାଳ ଦକ୍ଷିଣ ଡିଭିଜନର 845 ବର୍ଗ କିମି ବିଶିଷ୍ଟ ଅଞ୍ଚଳକୁ ଖୁବଶୀଘ୍ର ଜାତୀୟ ଉଦ୍ୟାନ ମାନ୍ୟତା ମିଳିବ ।

ଜାତୀୟ ଉଦ୍ୟାନ ମାନ୍ୟତା ମିଳିଲେ ବାଘ ସଂଖ୍ୟା ବଢାଇବାକୁ କେନ୍ଦ୍ର ଠାରୁ ପାଣ୍ଠି ମିଳିବ । ଶିମିଳିପାଳର 2306 ବର୍ଗ କିମି ଅଞ୍ଚଳ ଭିତରୁ 845 ବର୍ଗ କିମି ଅଞ୍ଚଳକୁ ଜାତୀୟ ଉଦ୍ୟାନ ମାନ୍ୟତା ଦେବାକୁ ଯୋଜନା ରଖାଯାଇଛି ।

ପୂର୍ବରୁ ରାଜ୍ୟ ସରକାର 2007 ମସିହାରେ ଏହି ଅଭୟାରଣ୍ୟର 1994 ବର୍ଗ କିମି ଅଞ୍ଚଳକୁ ବାଘଙ୍କ ରହଣି ପାଇଁ କୋର କ୍ରିଟିକାଲ ଏରିଆ ଭାବେ ଘୋଷଣା କରିଥିଲେ । 2023 ମସିହାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ପରିଦର୍ଶନରେ ଆସିଥିଲେ ।

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ମିଳୁ ବୋଲି ସେ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଜାତୀୟ ଉଦ୍ୟାନ ନେଇ ଆବଶ୍ୟକୀୟ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ ରାଜ୍ୟ ସରକାର ମାସକ ଭିତରେ ଆବଶ୍ୟକ ବିଜ୍ଞପ୍ତି ପ୍ରକାଶ କରିବେ ।