ପ୍ରକାଶ ପାଇଲା ଗୃହ ବିଭାଗର ଶ୍ବେତପତ୍ର: ବଢ଼ିଛି ସାଇବର ଅପରାଧ, ହ୍ରାସ ପାଇଛି ମାଓ ହିଂସା
ରାଜ୍ୟରେ ୨ ଲକ୍ଷ ଟପିଲା ମୋଟ୍ ଆପରାଧିକ ମାମଲା ।
ଭୁବନେଶ୍ବର: ଗୃହ ବିଭାଗର ଶ୍ବେତପତ୍ର ପ୍ରକାଶ ପାଇଛି । ମୋଟ୍ ଆପରାଧିକ ମାମଲା ୨ ଲକ୍ଷ ଟପିଛି । ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଶ୍ରେଣୀ ଅପରାଧ ହୋଇଛି । ପ୍ରକାଶଥାଉକି, ୨୦୨୩ରେ ଏହି ସଂଖ୍ୟା ୧ ଲକ୍ଷ ୯୯ ହଜାର ରହିଥିଲା ।
ତେବେ 2024 ମସିହାରେ ୧୨୫୮ଟି ହତ୍ୟା, ୩୫୬ ଡକାୟତି, ୨୫୮୨ ଲୁଟ୍, ୩୦୫୪ ଦୁଷ୍କର୍ମ ମାମଲା ହୋଇଥିବା ବେଳେ ୬୩୦୭ ପ୍ରତାରଣା, ୧୪୭୧ ଦଙ୍ଗା, ୧୨୫୮ଟି ହତ୍ୟା ମାମଲା ରୁଜୁ ହୋଇଛି ।
ତେବେ ସାଇବର୍ ଅପରାଧ ସଂଖ୍ୟା ପ୍ରତି ବର୍ଷ ବଢ଼ୁଥିବାର ତଥ୍ୟ ଚିନ୍ତା ବଢ଼ାଇଦେଇଛି । ୨୦୨୩ରେ ସାଇବର୍ ଅପରାଧ ଭିତ୍ତିକ ମାମଲା ୨୩୪୮ ରହିଥିଲା । କିନ୍ତୁ 2024 ମସିହାରେ ଏହା ବୃଦ୍ଧି ପାଇ ୨୫୦୧ରେ ପହଞ୍ଚିଛି ।
୨୦୨୪ରେ ୧୨୮୫ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିଲା ବେଳେ ସେଥିରୁ ୧୨୧୫ଟି ସତ ବୋଲି ସ୍ବୀକାର କରାଯାଇଛି । ଅନ୍ୟପଟେ ରାଜ୍ୟରେ ମାଓ ହିଂସା ହ୍ରାସ ପାଇଛି। ୨୦୨୪ରେ ମାଓବାଦୀଙ୍କ ଦ୍ୱାରା କେବଳ ୪ଟି ଘଟଣା ଘଟିଛି ।